ETV Bharat / city

ମୋ ସ୍କୁଲର ନୂଆ ପ୍ରୟାସ, ପ୍ରସ୍ତୁତ କରିବ ପୁରାତନ ଛାତ୍ରଛାତ୍ରୀଙ୍କ ଡାଟାବେସ୍ - ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ । ମୋ ସ୍କୁଲ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପୁଣି ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି । ଅଧିକ ପଢନ୍ତୁ

ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ମୋ ସ୍କୁଲ

author img

By

Published : Feb 11, 2022, 10:33 PM IST

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ । ମୋ ସ୍କୁଲ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି ।

“ମୋ ସ୍କୁଲ ସହ ଲୋକଙ୍କର ଯେଉଁ ବିଶ୍ବାସ ଓ ଭରସା ଯୋଡ଼ି ହୋଇରହିଛି ତାହାକୁ ଧରିରଖିବା ଆମ ଦାୟିତ୍ୱ । ଆଗମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚାଇବା ପାଇଁ ଆମର ପ୍ରୟାସ ଜାରି ରହିବ।

ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଭଳି 'ମୋ ସ୍କୁଲ’ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ା ଯାଇପାରିବ । ତାହା ଆମର ପ୍ରାଥମିକତା ରହିବ ବୋଲି ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି କରିଛନ୍ତି। ସେ କହିଛନ୍ତି ଯେ 'ମୋ ସ୍କୁଲ" ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି ।

ସ୍କୁଲ ଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡିକୁ କିଭଳି ଠିକ ସମୟରେ ଶେଷ ହେବ । ଛାତ୍ରଛାତ୍ରୀମାନେ ଯେପରି ଏହାର ସୁଫଳ ପାଇପାରିବେ ସେଥିଲାଗି ମୋ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି ।

ଏହାବି ପଢନ୍ତୁ : ହସୁଛି ମାଟିର ମିହିର, ଗୁମୁରି କାନ୍ଦୁଛି ସିନେ ଜଗତ

ସେହିଭଳି କାର୍ଯ୍ୟରେ ନିରପେକ୍ଷତା ଓ ସ୍ଵଚ୍ଛତା ବଜାଇ ପ୍ରାଥମିକତା ଦିଆଯାଉଥିବା ସେ କହିଛନ୍ତି । ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥା ସହ ମିଳିତ ଭାବରେ ଏକକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପାଠପଢା ସହ ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ମୋ ସ୍କୁଲ ପଦକ୍ଷେପ ନେଉଛି । ତେବେ ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଆଳରେ ଥିବା ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ନିଜ ଉପରେ ଗୁରୁତ୍ବ ଦେବାକୁ ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.