ଭୁବନେଶ୍ବର: ବାଲି ଭିତରେ ପୋତି ହୋଇଛି ଶରୀର । ଉପରକୁ କେବଳ ଦିଶୁଛି ହାତ ଓ ଗୋଡ । ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡିଆରୁ ଏହି ଅଧାପୋତା ମୃତଦେହ ଉଦ୍ଧାର ହୋଇଛି । କୁଆଖାଇ ନଦୀ ପଠାରେ ଅଜଣା ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।
ସୂଚନାଯୋଗ୍ୟ, ପାଖ ଗାଁର କିଛି ଲୋକେ ନଈପଠାକୁ ବୁଲିବାକୁ ଆସିଥିବାବେଳେ ଅଧାପୋତା ହୋଇଥିବା ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ବେଳେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ