ETV Bharat / city

ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ରାଜଧାନୀର ଜୟଦେବ ବାଟିକାରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଧିକ ପଢ଼ନ୍ତୁ

author img

By

Published : Nov 11, 2020, 4:44 PM IST

ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବରର ଏକ ପାର୍କ ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ତେବେ ଯୁବତୀଙ୍କ କୌଣସି ପରିଚୟ ଅସ୍ପଷ୍ଟ ରହିଛି।

ଆଜି(ବୁଧବାର) ଅପରାହ୍ଣରେ ରାଜଧାନୀର ଜୟଦେବ ବାଟିକାରେ ଯୁବତୀଙ୍କ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପାର୍କ କର୍ମଚାରୀ। ଏନେଇ ଖଣ୍ଡଗିରି ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଯୁବତୀଙ୍କ ନିକଟରୁ ଚପଲ, ଏକ ଚାବି ପେନ୍ଥା ଓ ଟଙ୍କା ଜବତ କରିଛି ପୋଲିସ। ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ଡ୍ରେସ ଓ ବେକରେ ଲାଗିଥିବା ଚୁନିରିରୁ ଏହା ସନ୍ଦେହ କରୁଛି ପୋଲିସ।

ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବକ ଡିସିପି ଉମାଶଙ୍କର ଦାସ। ସେ କହିଛନ୍ତି ଯେ, "ଭୁବନେଶ୍ବର ଜୟଦେବ ବାଟିକାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତି ଯୁବତୀଙ୍କ ମୃତ୍ୟୁ ହୋଇଛି ସନେଇ ତଦନ୍ତ ହେବ। ପୋଷ୍ଟ ମୋର୍ଟମ ରିପୋର୍ଟ ପରେ ଅନ୍ୟ ତଥ୍ୟ ପଦାକୁ ଆସିବ।"

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.