ETV Bharat / city

ରାଜ୍ୟରେ ବଡ ଠକେଇର ଖୁଲାସା, ନକଲି IAS ଗିରଫ - a fake IAS arrested by EOW

ରାଜ୍ୟରେ ବଡ ଠକେଇର ଖୁଲାସା କଲା EOW । ନକଲି IAS ଗିରଫ । ଅଧିକ ପଢନ୍ତୁ...

ଦୁଇ ନକଲି IAS ଗିରଫ
ଦୁଇ ନକଲି IAS ଗିରଫ
author img

By

Published : Oct 30, 2021, 12:33 PM IST

Updated : Oct 30, 2021, 3:27 PM IST

ଭୁବନେଶ୍ବର: ପ୍ରୋଜେକ୍ଟ ଦେବା ଆଳରେ ରାଜ୍ୟରେ ବଡ କେଳେଙ୍କାରୀ । ଅଣ ଓଡିଆ ଶିଳ୍ପପତିଙ୍କୁ ଚୂନ ଲଗାଇଲେ ହାଇପ୍ରୋଫାଇଲ ଠକ ଟିମ୍ । ଓଡିଶାରେ ବ୍ୟୁରୋକ୍ରାଟଙ୍କ ସହ ସେଟିଂ ଅଛି କହି ଠକି ନେଲେ ୧ କୋଟି । ରାଜ୍ୟରେ ଏମିତି ଏକ ଠକେଇର ପର୍ଦ୍ଦାଫାସ କରିଛି EOW । ଘଟଣାରେ ସମ୍ପୃକ୍ତ ନକଲି IAS ସୁର୍ଯ୍ୟମଣି ତ୍ରିପାଠୀ ଏବଂ ଅମିତ କୁମାର ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଦୁହେଁ ଯଥାକ୍ରମେ ନିଜକୁ PWD ଆସିଷ୍ଟାଣ୍ଟ ସେକ୍ରେଟାରୀ (ନକଲି IAS) ଏବଂ ନକଲି PWD ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦର୍ଶାଇଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ ତ୍ରିପାଠୀ ।

ରାଜ୍ୟରେ ବଡ଼ ଠକେଇର ଖୁଲାସା, ଦୁଇ ନକଲି IAS ଗିରଫ

ଏସପିଙ୍କ ସୂଚନା ଅନୁସାରେ, ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲର ମାଲିକ ରିକାବ ଚାନ୍ଦ ଓରଫ ମୁକେଶ ଇଓଡବ୍ଲୁରେ ଏକ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ଵେଳେ ଜଣାପଡିଥିଲା ଯେ ରାଜେଶ ଗେହଲଟ ନାମକ ଜଣେ ଠକ ନିଜକୁ RAW ଅଫିସର କହି ଓଡିଶାରେ କିଛି IAS ଙ୍କ ସହ ଭଲ ସେଟିଂ ରହିଛି କହିଥିଲେ । ଏହାପରେ ସେ ସୂର୍ଯ୍ୟମଣି ତ୍ରିପାଠୀଙ୍କୁ ଓଡିଶାର ଜଣେ IAS ଭାବେ ଯିଏକି PWDର ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଛନ୍ତି ଓ ଅନ୍ୟଜଣେ PWDର ଆସିଷ୍ଟାଣ୍ଟ ଇଞ୍ଜିିନିୟର ଅମିତ କୁମାର ସହ ରିକାବଙ୍କ ପରିଚୟ କରାଇଥିଲେ ।

ତାଙ୍କୁ ଦିଲ୍ଲୀର ଓଡିଶା ନିବାସରେ ପରିଚିତ କରାଇବା ସହ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେହି ଠକ ନକଲି IAS ସୂର୍ଯ୍ୟମଣି ତ୍ରିପାଠୀ ଓଡିଶାର PWDର ମୁଖ୍ୟ ଅଫିସ ଭୁବନେଶ୍ଵର ନିର୍ମାଣ ସୈଧକୁ ଡକାଇ ଗୋଟିଏ ୩୨ କୋଟି ଟଙ୍କାର ପାଣି ପାଇପ ପ୍ରୋଜେକ୍ଟ ଓ ୪୭ କୋଟି ଟଙ୍କାର ବ୍ରିଜ କଲର କାମ ପ୍ରୋଜେକ୍ଟ ପାସ କରାଇଥିଲେ। ଏହି କାମ ଥିଲା ଓଡିଶାର ୩୧୪ଟି ବ୍ଲକର ପାଣି ପାଇପ କାମ ସହ ବିଭିନ୍ନ ଫ୍ରିଜରେ ରଙ୍ଗ କାମ । ଏନେଇ ଓଡିଶା ବିଧାନସଭା ଭବନରେ ଟ୍ରେଜେରୀରେ ଜଣେ ମହିଳାଙ୍କ ଜରିଆରେ ୨୫ ଲକ୍ଷର ଏକ ଡିପୋଜିଟ କରାଇଥିଲେ।

ପରେ ସମ୍ପୃକ୍ତ ଶିଳ୍ପପତି ପ୍ରୋଜେକ୍ଟ ପାଇବା ସୁନିଶ୍ଚିତ ହେବା ପରେ ଓ୍ବାର୍କ ଅର୍ଡର ପାଇଁ ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୧୭ ଲକ୍ଷ ଡିପୋଜିଟ କରିଥିଲେ । ନକଲି ଆଇଏସ ସୂର୍ଯ୍ୟମଣି ପରେ ୧ କୋଟି ୧୭ଲକ୍ଷ ଟଙ୍କା ବିଭିନ୍ନ ପର୍ଯାୟରେ ଓ୍ବାର୍କ ଅର୍ଡର ବେଳେ PWDର IAS ଷ୍ଟାମ୍ପ ଓ ଲେଟର ପ୍ୟାଡରେ ନେଇଥିଲେ । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ । ଆଉ ଏହି ବଡ ଠକେଇ ପାଇଁ ତାଙ୍କୁ ସହଯୋଗ କରିଥିଲେ ନକଲି PWD ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମିତ କୁମାର ।

ସେପଟେ ରିକାବ ଓ୍ବାର୍କ ଅର୍ଡର ପାଇବା ପରେ କାମ ଆରମ୍ଭ ବିଳମ୍ବ ହେବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ ସେ ଆରଟିଆଇରେ ଆଇଏସଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ । ଏହାପରେ ନକଲି ଆଇଏଏସ ସୂର୍ଯ୍ୟମଣିଙ୍କ ଉପରୁ ପରଦା ଉଠିଥିଲା । ଏ ସମ୍ପର୍କରେ ରିକାବଙ୍କ ଅଭିଯୋଗ ପରେ ଇଓଡବ୍ଲୁ ତଦନ୍ତ କରି ନକଲି ଆଇଏସ ଏବଂ ନକଲି ଆସିଷ୍ଟାଣ୍ଟ ଇଞ୍ଜିନିୟରକୁ ଗିରଫ କରିଛନ୍ତି ।

ସେହପରି ବିଧାନସଭା ଭିତରେ ଟ୍ରେଜେରି ଡିପୋଜିଟ ପାଇଁ ୨୫ ଲକ୍ଷ ନେଇଥିବା ଲେଡି ଅଫିସର ମଧ୍ୟ ନକଲି ହୋଇଥିବା ସନ୍ଦେହ କରାଯାଉଛି । ସେମାନଙ୍କ ଖୁବଶୀଘ୍ର ଧରିବା ପାଇଁ ଇଓଡବ୍ଲୁ ଯୋଜନା ଚଳାଇଛି ।

ତେବେ ନକଲି IAS ସାଜିଥିବା ସୂର୍ଯ୍ୟମଣି କଟକ ଟେକନିକାଲ ଏଜୁକେସନ ଡିପାର୍ଟମେଣ୍ଟର କ୍ଲର୍କ ବୋଲି ଜଣାପଡିଛି । ଅନ୍ୟତମ ଅଭିଯୁକ୍ତ ଅମିତ କୁମାର ଜଣେ ବେକାର ଯୁବକ ବୋଲି ଜାଣିବାକୁ ପାଇଛି ଇଓଡବ୍ଲୁ ଟିମ୍ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 30, 2021, 3:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.