ଭୁବନେଶ୍ବର: ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜରାଜ । ସାରା ଦେଶରେ ପୂଜା ପାଉଛନ୍ତି ବିଘ୍ନରାଜ ଗଜାନନ। ନିଜ ନିଜର ପେଣ୍ଡାଲକୁ ଆକର୍ଷଣୀୟ କରିବାକୁ ଅନେକ ପୂଜା କମିଟି ପକ୍ଷରୁ କରାଯାଉଛି ଭିନ୍ନ ପ୍ରୟାସ । ଆଉ ଏ ଭିତରେ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ଗଜରାଜ ।
ଜୀବନ୍ତ ଅବତାର ଗଜରାଜଙ୍କୁ ଦେଖିବାକୁ ମିଳିଛି ରାଜଧାନୀରେ। ରାଜଧାନୀ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁରଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜଙ୍ଗଲର ଜଳାଶୟ ମଧ୍ୟରେ ଦୁଇ ଗଜରାଜ ଜଳକ୍ରୀଡା କରୁଛନ୍ତି। ତେବେ ଚନ୍ଦକା ଡମପଡା ଅଭୟାରଣ୍ୟ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଫରେଷ୍ଟ ଡିଭିଜନର ସ୍ବତନ୍ତ୍ର ବାଡ ବା ଦେବାଲ ଭିତରେ ରହିଥିବା ବେଳେ ଏହା ଦୃଶ୍ୟକୁ ଖୁବ୍ ଉପଭୋଗ କରୁଛନ୍ତି ସାଧାରଣ ଲୋକ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ