ଭୁବନେଶ୍ବର: ପୁଣି କୁଆଖାଇ ନଦୀ ପଠାରେ ଗଡିଲା ମୁଣ୍ଡ । ନଦୀ ପଠାରୁ ମୃତଦେହ ଜବତ କଲା ପୋଲିସ । ମୃତକ ବାଲେଶ୍ବରର ଜଣେ ଅଟୋ ଡ୍ରାଇଭର ହୋଇଥିବା ଜଣାପଡିଛି । ହତ୍ୟା ସନ୍ଦେହରେ ଦୁଇ ଜଣ ସାଙ୍ଗଙ୍କୁ ଅଟକ ରଖାଯାଇଛି ।
ନଦୀ ପଠାର ମୂର୍ତ୍ତି ବିସର୍ଜନ ପୋଖରୀ କଡରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଡ୍ରାଇଭର ତିନି ଦିନ ପୂର୍ବରୁ ନିଖୋଜ ଥିଲେ । ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ସେ ନିଖୋଜ ଥିବା ମଞ୍ଚେଶ୍ବର ଥାନାଧିକାରୀ କହିଛନ୍ତି ।
ସେପଟେ ଅଟୋ ଡ୍ରାଇଭରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ଯୁବକଙ୍କ ସାଙ୍ଗରେ ଯାଇଥିବା ସାଙ୍ଗମାନେ ମଦ ପିଇ ଗଣ୍ଡଗୋଳ ପରେ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସେମାନେ ଅଭିଯୋଗ ଆଣଛନ୍ତି ।
ଅଭିଯୋଗ ଆଧରରେ ଦୁଇ ସାଙ୍ଗକୁ ଏବେ ଅଟକ ରଖି ପଚରାଉଚରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏକ ୟୁଡି କେସ୍ କରି ପୋଲିସ ତଦନ୍ତ ଚଳାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ