ଭୁବନେଶ୍ବର: ତେନ୍ତୁଳି ଗଛରେ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତି ଜଣେ ବ୍ୟକ୍ତି । ଭୁବନେଶ୍ବରର ଓଲଡ଼ ଟାଉନରେ ଥିବା ଡାକ ବଙ୍ଗଳା ପରିସରର ତେନ୍ତୁଳି ଗଛରେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ । ଯୁବକ ଜଣଙ୍କ ହେଉଛନ୍ତି ବିଜୟ ପାତ୍ର ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ଜଣାପଡିନାହିଁ ।
ତେବେ ସେ ଆଧାର ଫୋର୍ସରେ କାମ କରୁଥିଲେ । ଘରେ ତାଙ୍କର ପତ୍ନୀ ଓ ପିଲା ମଧ୍ୟ ଅଛନ୍ତି। କୌଣସି ପ୍ରକାର ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଅନେକ ସମୟରେ ସେ ମଦ୍ୟପାନ କରୁଥିବାର ଜାଣିବାକୁ ମିଳିଛି । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ବାହାରକୁ ଆସିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ