ETV Bharat / city

Bharat Jodo Yatra: ଓଡିଶାରେ ପଦଯାତ୍ରା ପାଇଁ ଗଠନ ହେଲା କମିଟି - ଓଡିଶାରେ ପଦଯାତ୍ରା ପାଇଁ ଗଠନ ହେଲା କମିଟି

ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ଭାରତବର୍ଷରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ସହ ଜନସାଧାରଣଙ୍କ ପାଖରେ ଅଧିକ ଗ୍ରହଣଯୋଗ୍ୟ କରିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଜନସମ୍ପର୍କ ପଦଯାତ୍ରା ଜାରି ରଖିଛନ୍ତି । ଅଧିକ ପଢନ୍ତୁ

Bharat Jodo Yatra: ଓଡିଶାରେ ପଦଯାତ୍ରା ପାଇଁ ଗଠନ ହେଲା କମିଟି

author img

By

Published : Oct 12, 2022, 9:28 PM IST

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ଭାରତବର୍ଷରେ କଂଗ୍ରେସ କୁ ଅଧିକ କ୍ରିୟାଶୀଳ କରିବା ସହ ଜନସାଧାରଣ ଙ୍କ ପାଖରେ ଅଧିକ ଗ୍ରହଣଯୋଗ୍ୟ କରିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଜନସମ୍ପର୍କ ପଦଯାତ୍ରା ଜାରି ରଖିଛନ୍ତି।

Bharat Jodo Yatra: ଓଡିଶାରେ ପଦଯାତ୍ରା ପାଇଁ ଗଠନ ହେଲା କମିଟି

ସାରା ଦେଶରେ ଭାରତଯୋଡ ଯାତ୍ରାକୁ ନେଇ ଚର୍ଚ୍ଚା ଆଲୋଚନା ସମାଲୋଚନା ଜାରି ରହିଛି । ଓଡିଶାରେ ମଧ୍ୟ ଭାରତ ଯୋଡ ପଦଯାତ୍ରା ଅକ୍ଟୋବର 31 ତାରିଖରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ । ଏନେଇ ପିସିସି ପକ୍ଷରୁ ସୂଚନା ଜାରି ହୋଇଛି ।

ତେବେ ଓଡିଶାର 30 ଜିଲ୍ଲାର 33 ଟି ସାଙ୍ଗଠନିକ ଜିଲ୍ଲାରେ ଭାରତ ଯୋଡ ପଦଯାତ୍ରା କାର୍ଯ୍ୟନ୍ଵୟନ ନେଇ ଏକ କମିଟି ଗଠନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଥିବା ବେଳେ କମିଟିରେ 11 ଜଣ ସଦସ୍ୟ ରହିଛନ୍ତି ।

ରାଜ୍ୟ କଂଗ୍ରେସର 33 ଟି ସାଙ୍ଗଠନିକ ଜିଲ୍ଲାରେ ପ୍ରାୟ 3 ମାସରେ 2200 କିମି ଅତିକ୍ରମ କରିବ ଏହି ପଦଯାତ୍ରା। ଦିନକୁ ପାଖାପାଖି 20 କିମି ପଦଯାତ୍ରା ଚାଲିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, କୃଷି କ୍ଷେତ୍ରରେ ଅବହେଳା, ଦୁର୍ନୀତି,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଜନସାଧାରଣଙ୍କ ପାଖକୁ ଯିବ କଂଗ୍ରେସ ବୋଲି କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.