ଭୁବନେଶ୍ବର: ୨୪ ଘଣ୍ଟା ଭିତରେ ଆଉ ଏକ ଅଘଟଣ । ସମାନ ଘାଟ, ସମାନ ସ୍ଥାନ । କୁଆଖାଇ ବାଙ୍କୁଆଳରେ ବ୍ରହ୍ମେଶ୍ବର ପାଟଣାର ୧୨ ବର୍ଷର ଶିଶୁ ନିଖିଲ ଜେନା ପାଣିରେ ବୁଡି ମୃତ୍ୟୁବରଣ କରିଛି ।
ଦିନ ପ୍ରାୟ ୧୨ଟା ସମୟରେ ବାପା କାହ୍ନୁ ଜେନା ସହ ଗାଧୋଇବାକୁ ଯାଇଥିବା ବେଳେ ସୁଅରେ ଭାସି ଯାଇଥିଲା ପୁଅ ନିଖିଲ । ବାପା ପାଖରେ ଥାଇ ମଧ୍ୟ ନିରୁପାୟ । ସେ ପୁଅକୁ ବଞ୍ଚାଇପାରି ନଥିଲେ । ଖବର ପାଇ କଳ୍ପନା ଓ ବାଲିଅନ୍ତା ଅଗ୍ନିଶମ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ଶିଶୁଟିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଗତକାଲି ସମାନ ସ୍ଥାନରେ ୪ ସାଙ୍ଗ ଗାଧୋଉଥିବା ବେଳେ ମହେଶ୍ବର ଜଣେ ଲକ୍ଷ୍ମୀସାଗରର ଛାତ୍ର ବୁଡି ପ୍ରାଣ ହରାଇଥିଲା । ତେବେ ୨୪ ଘଣ୍ଟାରେ ଦୁଇ ଜୀବନ ଯିବା ପରେ ପ୍ରଶାସନ ସେଠାରେ କାହିଁକି ବିପଦ ସଙ୍କୁଳ ବୋର୍ଡ ନ ଲଗାଇବା ସହ ଲୋକଙ୍କୁ କାହିଁକି ସଚେତନ କରାଯାଉନି ଏବଂ ଶିଶୁ ସୁରକ୍ଷା ଅଧିକାରୀ କାହିଁକି ଏ ଦିଗରେ ନୀରବ, ତାକୁ ନେଇ ଉଠିଛି ପ୍ରଶ୍ନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ