ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ମାନସମନ୍ଥନ । ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ପ୍ରଦେଶ କଂଗ୍ରେସ କମିଟିର ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରତି ଗାଁରେ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ, ଆରମ୍ଭ ହେଲା ସଜବାଜ ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବୈଠକ ବସିଛି । ପଞ୍ଚାୟତ ନିର୍ବାଚନରେ ସାଧାରଣ ଲୋକଙ୍କ ନିକଟରେ କଂଗ୍ରେସ ପହଞ୍ଚିବ ବୋଲି ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଅର୍ଥ ବଳକୁ ବିଶ୍ୱାସ କରେନା, ଲଢେଇ କରି ନିଜର ସ୍ଥିତି ଜାହିର କରିବ କଂଗ୍ରେସ ।
ବୈଠକରେ ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବହୁ କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତିଙ୍କ ସହ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ପଦଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ