ହାଇଦ୍ରାବାଦ: ଆଜି ବିଶ୍ବ ମହିଳା ଦିବସ ଉପଲକ୍ଷେ ବାଲୁକା କଳାରେ ନାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନାରୀଜାତିଙ୍କ ସମନାର୍ଥେ ବାଲୁକା କଳାରେ ନାରୀ ଶକ୍ତିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ । ଏହି ଚିତ୍ର କଳା ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର କିଛି ଛାତ୍ରଛାତ୍ରୀ ଏହାକୁ ନିର୍ମାଣ ତିଆରି କରିଛନ୍ତି ।
ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ମହିଳାଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ଉପଲକ୍ଷେ ଏହି ଦିବସ ପାଳନ କରାଯାଉଛି । ଏହା ସହ ମହିଳାଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ବ ରହିଛି । ଯାହାକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।