ETV Bharat / city

ଲୋକସେବା ଭବନରେ ପୁଣି ବୁଲିଲା ସାପ

author img

By

Published : Sep 30, 2021, 2:14 PM IST

ରାଜ୍ୟ ଲୋକସେବା ଭବନରୁ ପୁଣି ବାହାରିଲା ସାପ । ଗୃହ ବିଭାଗର କୋର୍ଡିନେସନ ସେକ୍ସନରୁ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ । ଅଧିକ ପଢନ୍ତୁ...

ଲୋକସେବା ଭବନରୁ ପୁଣି ବାହାରିଲା ସାପ
ଲୋକସେବା ଭବନରୁ ପୁଣି ବାହାରିଲା ସାପ

ଭୁବନେଶ୍ବର: ରାଜ୍ୟ ଲୋକସେବା ଭବନରୁ ପୁଣି ବାହାରିଲା ସାପ । ଗୃହ ବିଭାଗର କୋର୍ଡିନେସନ ସେକ୍ସନରୁ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଆଜି(ଗୁରୁବାର) ପୂର୍ବାହ୍ନ ପ୍ରାୟ 9 ଟା 15 ସମୟରେ ଗୃହ ବିଭାଗ କର୍ମଚାରୀମାନେ ଅଫିସ ଖୋଲିବା ବେଳେ କୋର୍ଡିନେସନ ସେକ୍ସନର ଟେବୁଲ ତଳକୁ ଏକ ସାପ ପଶିଯିବାର ଦେଖିଥିଲେ । ଏନେଇ ସ୍ନେକ ହେଲ୍ପ ଲାଇନ ସହିତ ଯୋଗାଯୋଗ କରାଯାଇଥିଲା ।

ଲୋକସେବା ଭବନରୁ ପୁଣି ବାହାରିଲା ସାପ

ଖବର ପାଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସାପ ଉଦ୍ଧାର କରିଛନ୍ତି । ପରେ ସାପକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା । ତେବେ ପୂର୍ବରୁ ଅନେକ ଥର ଲୋକସେବା ଭବନର ବିଭିନ୍ନ କାର୍ଯ୍ୟାଳୟରୁ ସାପ ଉଦ୍ଧାର କରାଯାଇଥିବା ଦେଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.