ETV Bharat / city

ବିସ୍ମୟ ବାଳିକା ସମାୟିରା ରାଜ: ମାତ୍ର ଅଢେଇ ବର୍ଷରେ ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ପାଇଲେ ସ୍ଥାନ

ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଅଢେଇ ବର୍ଷର ଝିଅ ସମାୟିରା ରାଜ । ଯାହା ଏକ ଶିକ୍ଷିତ ବ୍ୟକ୍ତି ମନେ ରଖିବା ମଧ୍ୟ କଷ୍ଟ ସାଧ୍ୟ ତାହା ଏହି କୁନି ଝିଅର ମୁହଁରେ ମୁଖସ୍ଥ । ଇଣ୍ଡିଆନ ବୁକ ଅଫ ରେକର୍ଡ଼ ପକ୍ଷରୁ ହୋଇଥିବା ଅନଲାଇନ ପ୍ରତିଯୋଗିତାରେ ସମାୟିରା ଏହି ରେକର୍ଡ଼ର ଅଧିକାରୀ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 1, 2022, 9:10 AM IST

A 2YEAR CHILD SAMAIRA RAJ OF BHUBANESWAR GOT INDIA BOOK OF RECORD
ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଅଢେଇ ବର୍ଷର ଝିଅ ସମାୟିରା ରାଜ

ଭୁବନେଶ୍ବର: ମାତ୍ର ଅଢେଇ ବର୍ଷ ବୟସରେ ସଫଳତା ହାସଲ କରିଛନ୍ତି ସମାୟିରା । ସେ ନିଜର ପ୍ରତିଭା ଯୋଗୁଁ ଇଣ୍ଡିଆନ ବୁକ ଅଫ ରେକର୍ଡ଼ରେ ସ୍ଥାନ ଅଧିକାର କରିଛନ୍ତି । ଯେଉଁ ଶବ୍ଦ ଗୁଡିକ ଏକ ସାଧାରଣ ଲୋକ ପକ୍ଷରେ ମନେ ରଖିବା କଷ୍ଟକର ହୋଇଥାଏ । ସେଗୁଡିକ ଏହି ଅଢେଇ ବର୍ଷ ଝିଅ ସମାୟିରା ରାଜଙ୍କ ମୁହଁରେ ମୁଖସ୍ଥ । ୨୦୧୯ ମସିହା ଡିସେମ୍ବର ୧୯ ତାରିଖରେ ଭୁବନେଶ୍ବର ବାଲିଅନ୍ତାରେ ସମାୟିରାଙ୍କ ଜନ୍ମ। ସେ ୨୮ଟି ରାଜ୍ୟର ରାଜଧାନୀ, ୮ଟି ଦେଶର ଜାତୀୟ ଚିହ୍ନ , ୬ଟି ଋତୁ ,ବର୍ଷକ ୧୨ ମାସ ,ସପ୍ତାହର ୭ ଦିନ ,୮ଟି ଗ୍ରହ ,ଭଗବାନ ଗଣେଷଙ୍କର ଶ୍ଳୋକ ,୯ଟି ଜଳୀୟ ପଶୁଙ୍କ ନାମ ,ଶରୀରର ୧୩ ଟି ଅଙ୍ଗ ,ପଶୁ,ପକ୍ଷୀ ,ପନିପରିବା ଓ ଫଳ ସବୁ ତାଙ୍କ ମୁହଁରେ ମୁଖସ୍ଥ । ଯାହା ପଚାରିଲେ ଫଟକିନା ଉତ୍ତର ଦେଉଛନ୍ତି ସମାୟିରା । ବୟସ ଏତେ କମ ହେଲେ କଣ ହେବ ନିଜ ପ୍ରତିଭାର ଯାଦୁ ଦେଖାଇବାରେ ସେ ପଛାଉ ନାହାନ୍ତି ।

ସମାୟିରାଙ୍କ ଏଭଳି ପ୍ରତିଭାକୁ ଦେଖି ତାଙ୍କ ବାପା ଓ ମା ମଧ୍ୟ ବେଶ ଖୁସି ଅଛନ୍ତି । ଏତେ କମ ବୟସରୁ ତାଙ୍କ ପାଇଁ ଗର୍ବ ଆଣିପାରିଛି ଝିଅ ସମାୟିରା । ସେ ୧ବର୍ଷ ବୟସରୁ ହିଁ ଏଗୁଡିକ ବିଷୟରେ ଜାଣିବାର ଜିଜ୍ଞାସା ନିଜ ଭିତରେ ଆଣିଥିଲେ । ଜଣେ ସମ୍ପର୍କୀୟ ଭାଇଙ୍କ ଠାରୁ ସବୁବେଳେ ଏଗୁଡିକ ବିଷୟରେ ଜାଣିବା ପାଇଁ ଇଚ୍ଛା ରଖୁଥିଲେ ସମାୟିରା । ଯେଉଁ ସମୟରେ ପିଲାମାନେ ଖେଳ କୁଦରେ ବ୍ୟସ୍ତ ରୁହନ୍ତି ସେ କିନ୍ତୁ ଏଭଳି କାମ କରି ଦେଖାଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ସମାୟିରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.