ETV Bharat / city

୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ - ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

author img

By

Published : May 30, 2022, 7:50 AM IST

ଭୁବନେଶ୍ବର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ।

ଓଡ଼ିଶାକୁ ଏକ ଶିଶୁ ଶ୍ରମ ମୁକ୍ତ ରାଜ୍ୟ କରିବା ନିମନ୍ତେ ବିଭିନ୍ନ ସ୍ତରରେ ନିଆଯାଉଥିବା ପଦକ୍ଷେପର ଅଂଶବିଶେଷ ହିସାବରେ ଏକ ୧୫ ଦିନିଆ ଅଭିଯାନ ରାଜ୍ୟର ସମସ୍ତ ଜିଲ୍ଲାରେ କରାଯିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ରାଲି, ଦସ୍ତଖତ ଅଭିଯାନ, ବାଲୁକା କଳା ପ୍ରଦର୍ଶନୀ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ସାମାଜିକ ସଂଗଠନ ଓ ସରକାରୀ ବିଭାଗର ସହଯୋଗରେ ଶିଶୁ ଶ୍ରମ ଆଇନ ସମ୍ପର୍କିତ ସଚେତନତା କର୍ମଶାଳାମାନ ମଧ୍ୟ କରାଯିବ । ଶିଶୁ ଶ୍ରମ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସଂଗଠନ ୟୁନିସେଫ, ସିଏ, ସିଏଲ, ପିକକ୍, ଏଡଏଟ୍ ଆକ୍ସନ, ଆଇ.ଜେ.ଏମ ଏବଂ କମ୍ୟୁନିଟି ରେଡିଓ ସଂଘ ମଧ୍ୟ ସରକାରଙ୍କୁ ଏ ଦିଗରେ ସମସ୍ତ ସହଯୋଗ ଯୋଗାଇ ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବା ନିମନ୍ତେ ସମ୍ମିଳିତ ଉଦ୍ୟମ ଆରମ୍ଭ କରାଯାଇଛି ।

ଏହି ୧୫ ଦିନିଆ ଅଭିଯାନ ଜୁନ ୧୨ ତାରିଖରେ ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପରିପ୍ରେକ୍ଷୀରେ ଏକ ରାଜ୍ୟ ସ୍ତରୀୟ ସମାରୋହ କରାଯାଇ ଉଦଯାପନ କରାଯିବ । ଯେଉଁଥରେ ଆଗାମୀ ଦିନ ପାଇଁ ଏକ ରାଜ୍ୟ ଖସଡା ପ୍ରସ୍ତୁତ କରାଯିବ । ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନକୁ ଆହୁରି ବ୍ୟାପକ କରାଯିବାର ପ୍ରସ୍ତାବ ରହିଛି । ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଉଦ୍‌ଘାଟନ ଉତ୍ସବରେ ଶ୍ରମ କମିଶନର ଡକ୍ଟର ଏନ. ତିରୁମାଲା ନାଏକ, ୟୁନିସେଫର ରାଜ୍ୟମୁଖ୍ୟ ମୋନିକା ନିଲସେନ, କମ୍ୟୁନିଟି ରେଡିଓ ଆସୋସିଏସନ ସେକ୍ରେଟାରୀ ଡାଃ ଶିଶିର ଦାସ, ଏଡ୍ ଏଟ୍ ଆକ୍ସନରୁ ଉମି ଡାନିଏଲ, ଆଇ.ଜେ.ଏମରୁ ପିୟୁଷ ନନ୍ଦ, ପିକକ୍‌ରୁ ଅନୁରାଧା ମହାନ୍ତିଙ୍କ ସହ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.