ETV Bharat / city

42 ଲଷ ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା

author img

By

Published : May 14, 2021, 5:31 PM IST

Updated : May 14, 2021, 7:20 PM IST

ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା
ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା

17:27 May 14

ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା

ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟର 42 ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଗଲା 920 କୋଟି ଟଙ୍କା । 2021 ଖରିଫ ଚାଷ ପାଇଁ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିଛନ୍ତି ସରକାର । ରାଜ୍ୟର କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକୃତ ହେବେ ।  

ଶନିବାର ଅକ୍ଷୟ ତୃତୀୟା । ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମର ଅନୁକୂଳ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହ ସେମାନଙ୍କୁ ଉପହାର ଦେଇଛନ୍ତି ।  

ଶୁକ୍ରବାର ରାଜ୍ୟର 42 ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । 2021 ଖରିଫ ଚାଷ ପାଇଁ କାଳିଆ ଯୋଜନାରେ 920 କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ଏହାକୁ ଚାଷ କାମରେ ଲଗାଇବେ । ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଂଜୀବନି ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋ ରାଜ୍ୟର ଚାଷୀ ଭଲରେ ରହୁ । ତାର ରୋଜଗାର ବଢୁ । ତା ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି । ଅଗାମୀ ଦିନରେ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏବେ ଆମେ କୋଭିଡ଼ ସଂକ୍ରମଣର ଦ୍ଵିତୀୟ ଲହରୀର ସାମ୍ନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଲାଗୁ ହୋଇଛି । କିନ୍ତୁ କୃଷି କ୍ଷେତ୍ର ପାଇଁ କୌଣସି ଲକଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖନ୍ତୁ । ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ମଧ୍ୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଛନ୍ତି । ଚଳିତ ବର୍ଷ ଚାଷ ପାଇଁ ଭଲ ପାଗ । ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲକ୍ଷ ଲକ୍ଷ ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାରର ରୋଜଗାର ବଢାଉଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 14, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.