ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ଆଜି 913 ଜଣ ଆରୋଗ୍ୟ ହୋଇଛନ୍ତି । ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 6 ହଜାର 726 । ଏପଟେ ଆଜି ସୁନ୍ଦରଗଡରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ଛୁଇଁଛି । ଆଜି 30 ଟି ଜିଲ୍ଲରେ 913 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସୁନ୍ଦରଗଡରେ 118, ମୟୂରଭଞ୍ଜରେ 111, କଟକରେ 66, ଖୋର୍ଦ୍ଧା 62, ନୂଆପଡାରେ 53, ସମ୍ବଲପୁରରେ 43, ବାଲେଶ୍ୱରରେ 37, ଝରସୁଗୁଡ଼ାରେ 36, ବରଗଡରେ 35, କେନ୍ଦ୍ରାପଡାରେ 35, ଜଗତସିଂହପୁରରେ 32, କେନ୍ଦୁଝରରେ 29, ପୁରୀରେ 26, ଯାଜପୁରରେ 22, ବଲାଙ୍ଗୀରରେ 21, ଢେଙ୍କାନାଳରେ 15, ନବରଙ୍ଗପୁରରେ 15, କଳାହାଣ୍ଡିରେ 15, ଗଞ୍ଜାମରେ 14, ନୟାଗଡରେ 10, ଭଦ୍ରକ କୋରାପୁଟ ଓ ମାଲକାନଗିରିରେ 8 ଜଣ, କନ୍ଧମାଳରେ 6, ସୁବର୍ଣ୍ଣପୁରରେ 5, ଦେବଗଡରେ 3 ଜଣ, ଗଜପତିରେ 2, ରାୟଗଡାରେ 2, ବୌଦ୍ଧରେ ଜଣେ ଏବଂ ଷ୍ଟେଟ ପୋଲରେ 11 ଜଣ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ