ETV Bharat / city

କୋରୋନା କାୟା; ଆଜି 91 ନୂଆ ଆକ୍ରାନ୍ତ

author img

By

Published : Mar 5, 2021, 2:13 PM IST

ରାଜ୍ୟରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 91 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 91 ନୂଆ ଆକ୍ରାନ୍ତ
ଆଜି 91 ନୂଆ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 91 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 53 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 38 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 12 ଜଣ, ଭଦ୍ରକରୁ 9 ଜଣ,ବଲାଙ୍ଗୀରରୁ 1, କଟକରୁ 1 ଜଣ, ବୌଦ୍ଧରୁ 1, ଦେଓଗଡରୁ ଜଣେ, ଗଞ୍ଜାମରୁ 3, ଜଗତସିଂହପୁରରୁ 2 ଜଣ, ଯାଜପୁରରୁ 6ଜଣ , ଝାରସୁଗୁଡାରୁ 3ଜଣ, ଖୋର୍ଦ୍ଧାରୁ 10 ଜଣ, ମୟୂରଭଞ୍ଜରୁ 6ଜଣ, ନବରଙ୍ଗପୁରରୁ 2,ପୁରୀରୁ 3 ଜଣ, ରାୟଗଡାରୁ 1, ସମ୍ବଲପୁରରୁ 14ଜଣ ,ସୁନ୍ଦରଗଡରୁ 13ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 2ଜଣ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 8427147ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ରଜ୍ୟରେ ମୋଟ 337620ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେ ରାଜ୍ୟରେ 812ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.