ETV Bharat / city

ରାଜ୍ୟରେ ଖସୁଛି ସଂକ୍ରମଣ; ମୟୂରଭଞ୍ଜରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ - କୋରୋନା ସଂକ୍ରମଣ

ରାଜ୍ୟରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 902 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ସର୍ବାଧିକ ଚିହ୍ନଟ। ଅଧିକ ପଢନ୍ତୁ...

902 more corona positive found in odisha
ରାଜ୍ୟରେ ଖସୁଛି ସଂକ୍ରମଣ; ଦିନକରେ 902 ପଜିଟିଭ ଚିହ୍ନଟ
author img

By

Published : Nov 14, 2020, 12:45 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 902 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 30 ଟି ଜିଲ୍ଲାରୁ ସମୁଦାୟ 902 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 523 ଚିହ୍ନଟ ହୋଇଥିବା ବେଳେ 379 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 307906ରେ ପହଞ୍ଚିଛି ।

ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 68 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 70, ଅନୁଗୁଳରେ 50, ବାଲେଶ୍ବରରେ 39, ବରଗଡରେ 37, ଭଦ୍ରକରେ 8, ବଲାଙ୍ଗୀରରେ 37, ବୌଦ୍ଧରେ 26, ଢେଙ୍କାନାଳରେ 17, ଗଂଜାମରେ 8, ଗଜପତିରେ 4, ଦେଓଗଡରେ 2, ଜଗତସିଂହପୁରରେ 42, ଯାଜପୁରରେ 25, ଝରସୁଗୁଡ଼ାରେ 23, କଳାହାଣ୍ଡିରେ 16, କନ୍ଧମାଳରେ 6, କେନ୍ଦ୍ରାପଡାରେ 36, କେନ୍ଦୁଝରରେ 51, କୋରାପୁଟରେ 10, ମାଲକାନଗିରିରରେ 5 ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରେ ସର୍ବାଧିକ 88, ନବରଙ୍ଗପୁରରେ 15, ନୟାଗଡରେ 19 , ନୂଆପଡାରେ 26, ପୁରୀରେ 20, ରାୟଗଡାରେ 6, ସମ୍ବଲପୁରରେ 43, ସୋନପୁରରେ 7, ସୁନ୍ଦରଗଡରେ 85, ଷ୍ଟେଟ ପୋଲରୁ 13 ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏପର୍ଯନ୍ତ 2,95,245 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ ଆକ୍ଟିଭ ମାମଲା ରହିଛି 11098। ଏବେ ସୁଦ୍ଧା ରାଜ୍ୟରେ ମୋଟ 5219014 ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.