ETV Bharat / city

ଟିକା ଅଭାବରୁ 900 ଟୀକାକରଣ କେନ୍ଦ୍ର ବନ୍ଦ

author img

By

Published : Apr 11, 2021, 6:01 PM IST

ରାଜ୍ୟରେ ଟିକା ଅଭାବରୁ ବନ୍ଦହେଲା 900 ଟୀକାକରଣ କେନ୍ଦ୍ର । ଅଧିକାଂଶ ଜିଲ୍ଲା ହେବ ଷ୍ଟକ୍ ଆଉଟ୍ । ଅଧିକ ପଢନ୍ତୁ....

ଟିକା ଅଭାବରୁ 900 ଟୀକାକରଣ କେନ୍ଦ୍ର ବନ୍ଦ
ଟିକା ଅଭାବରୁ 900 ଟୀକାକରଣ କେନ୍ଦ୍ର ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବରୁ 900 ଟୀକାକରଣ କେନ୍ଦ୍ର ବନ୍ଦହେବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି(ସୋମବାର) ଠାରୁ ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହେବ । ତେବେ ଆଜି(ରବିବାର) ପରେ ରାଜ୍ୟରେ ଟିକା ଅଭାବ ଦେଖାଯିବ । ଆଜି ରାଜ୍ୟର ଟୀକାକରଣ ଜାରିରହିଛି । ଆସନ୍ତାକାଲି ଠାରୁ ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ସେହିପରି ଆଜି ମଧ୍ୟ 900 ଟୀକାକରଣ କେନ୍ଦ୍ର ବନ୍ଦ ରହିଛି ।

ଗତକାଲି(ଶନିବାର) ରାଜ୍ୟରେ ଅଢେଇ ଲକ୍ଷ ଟିକା ପହଞ୍ଚିବା ପରେ ଜିଲ୍ଲାଗୁଡ଼ିକୁ ବଣ୍ଟା ସରିଛି । ଅଧିକ ସଂକ୍ରମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି । 2 ଲକ୍ଷ 33 ହଜାର ଡୋଜ କୋଭିସିଲଡ଼ ଟିକା ଅଛି । 77 ହଜାର 960 କୋଭାକ୍ସିନ ଅଛି । ବର୍ତ୍ତମାନ ସୁଦ୍ଧା 42 ଲକ୍ଷ 32 ହଜାର ଟୀକାକରଣ ସରିଲାଣି । ଯେଉଁଠି ଭ୍ୟାକ୍ସିନ ଅଛି ସେଠାରେ ଟିକା ଉତ୍ସବ କରାଯାଉଛି । ଜିରୋ ୱେଷ୍ଟଜ ଓ ସଚେତନତା ଟିକା ଉତ୍ସବର ଲକ୍ଷ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେହିପରି ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ ବୋଲି ସେ କହିଛନ୍ତି । ଯେଉଁ ଜିଲ୍ଲାକୁ ଟିକା ଗତକାଲି ଯାଇଛି ସେ ଜିଲ୍ଲାରେ ଟିକାକରଣ ଜାରିରହିବ । ଖୋର୍ଦ୍ଧା, ସୁନ୍ଦରଗଡ ଓ ନୂଆପଡା ବଲାଙ୍ଗୀର ଭଳି ଜିଲ୍ଳାକୁ ପ୍ରାଧାନ୍ୟ ଦିଆଯାଉଛି । ଆଜି 579 କେନ୍ଦ୍ରରେ ଟିକାକରଣ ଚାଲିଛି । ତେବେ ଟିକା ଅଭାବରୁ ୯୦୦ ଟିକାକରଣ କେନ୍ଦ୍ର ବନ୍ଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.