ETV Bharat / city

ରାଜଧାନୀରେ ବହିବ 90 ରୁ 100 କିଲୋମିଟର ବେଗରେ ପବନ - Bhubaneswar

ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି ବାତ୍ୟା 'ଫନି' । ତେବେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜଧାନୀରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ । ରାଜଧାନୀ ଭୁବନେଶ୍ବରରେ ପବନର ବେଗ 90 ରୁ 100 କିଲୋମିଟର ଉପରେ ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : May 2, 2019, 4:14 PM IST

ଭୁବନେଶ୍ବର: ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି ବାତ୍ୟା 'ଫନି' । ତେବେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜଧାନୀରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ । ରାଜଧାନୀ ଭୁବନେଶ୍ବରରେ ପବନର ବେଗ 90 ରୁ 100 କିଲୋମିଟର ଉପରେ ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ସମସ୍ତ ବନ୍ଦରରେ ପୋର୍ଟ ୱାର୍ଣ୍ଣିଂ 4 ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଆଉ ମାତ୍ର 20 ରୁ 24 ଘଣ୍ଟା ମଧ୍ୟରେ 'ଫନି' ଓଡିଶା ର ଉପକୂଳ ଛୁଇଁବା ନେଇ ସମ୍ଭାବନା ଥିବା ବେଳେ ପବନର ବେଗ ହାରାହାରି 170 ରୁ 200 କିଲୋମିଟର ବେଗରେ ବହିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପଟେ ସ୍ମାର୍ଟସିଟିରେ ବି ପବନର ବେଗ 90 ରୁ 100 କିଲୋମିଟର ଉପରେ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାସହ ସାରା ପଶ୍ଚିମ ଓଡ଼ିଶାରେ 'ଫନି' ର ବିଶେଷ ପ୍ରଭାବ ଦେଖା ନଦେଲେ ସୁଦ୍ଧା ପବନର ବେଗ 40 ରୁ 50 କିଲୋମିଟର ରହିବ ।

ସାରା ରାଜ୍ୟ 'ଫନି' ର ପ୍ରଭାବ ଦେଖିବାକୁ ସମ୍ଭାବନା ଥିବା ବେଳେ ଉତ୍ତର ଓଡ଼ିଶା ସହ ଗଂଜାମ, ଗଜପତି, କନ୍ଧମାଳ, କଟକ, ପୁରୀ ସମେତ ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଛି । ସମସ୍ତ ବନ୍ଦରରେ ପୋର୍ଟ ୱାର୍ଣ୍ଣିଂ 4 ଦିଆଯାଇଥିବା ବେଳେ 'ଫନି' ର ଗତିବିଧିକୁ ନଜରରେ ରଖି ପୋର୍ଟ ୱାର୍ଣ୍ଣିଂ ବଢାଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ରାଜଧାନୀରେ ବହିବ 90 ରୁ 100 କିଲୋମିଟର ବେଗରେ ପବନ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.