ETV Bharat / city

ଭୁବନେଶ୍ବରରୁ 90 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - 90 new corona positive cases detected in bbsr

ଭୁବନେଶ୍ବରରେ ଆଜି (ବୁଧବାର) ଗୋଟିଏ ଦିନରେ 90 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହେଇଥିବା 90 ପଜିଟିଭ କେସ ମଧ୍ୟରୁ 63 ଜଣ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।

Bhubaneswar
ଭୁବନେଶ୍ବରରୁ 90 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 15, 2020, 4:54 PM IST

ଭୁବନେଶ୍ବର: ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଭୁବନେଶ୍ବରରେ ଆଜି (ବୁଧବାର) ଗୋଟିଏ ଦିନରେ 90 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହେଇଥିବା 90 ପଜିଟିଭ କେସ ମଧ୍ୟରୁ 63 ଜଣ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ହୋମ କ୍ଵାରେଣ୍ଟାଇନଙ୍କ ମଧ୍ୟରୁ ରସୁଲଗଡ, ନୟାପଲ୍ଲୀ, 3 ଜଣ କୋଲଥିଆ, ଝାରପଡ଼ା, ୟୁନିଟ-6 ଗଙ୍ଗନଗର, 7 ଜଣ ସାଳିଆ ସାହି, 5 ଜଣ ସରକାରୀ କ୍ଵାରେନଣ୍ଟାଇନ କେନ୍ଦ୍ରରୁ, ସରକାରୀ ହସ୍ପିଟାଲରୁ ଜଣେ, 2 ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ, ଜଣେ ଖଣ୍ଡଗିରି, ଜଣେ ଡୁମଡୁମା, ନୟାପଲ୍ଲୀ ବେହେରାସାହି, 9 ଜଣ ସରକାରୀ କ୍ଵାରେଣ୍ଟାଇନ କେନ୍ଦ୍ରରୁ, 4 ଜଣ ଅନ୍ୟ ଏକ ସରକାରୀ କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

ଏହାସହ ଏକ ଘରୋଇ ହସ୍ପିଟାଲ, ଜଣେ ପୋଖରିପୁଟର ଲିଙ୍ଗରାଜ ବିହାର, ଜଣେ ରସୁଲଗଡ, ଆଉ ଜଣେ ନୟାପଲ୍ଲୀ , ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ, 10 ଜଣ ପାହାଳ ଅଞ୍ଚଳର,ଚକେଇସିଆଣି, ହାଂସୁପାଳ, ନାଗାଶ୍ବର ଟାଙ୍ଗି, ଗଣ୍ଡମୁଣ୍ଡା, ମଞ୍ଚେଶ୍ବର, ପାହାଳ, 2 ଜଣ ସରକାରୀକ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ କରାଯାଇଛି ।

ତେବେ ଚିହ୍ନଟଙ୍କ ମଧ୍ୟରୁ 27 ଜଣ ସ୍ଥାନୀୟ ସଂକ୍ରମଣ ମଧ୍ୟ ହୋଇଛନ୍ତି । ସେମାନେ ହେଲେ ଏକ ଘରୋଇ ହସ୍ପିଟାଲର ଡ୍ରାଇଭର ବିଜେବି ନଗର ଅଞ୍ଚଳର, ଜଣେ ଜଗମରା ଅଞ୍ଚଳର,ଆଉଜଣେ ଘାଟିକିଆ ଅଞ୍ଚଳର ହୋଇଥିବା ବେଳେ 2 ଜଣ ପୋଖରିପୁଟ ଡ଼ିଏଭି ସ୍କୁଲ ନିକଟରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ବରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 859 ଥିବାବେଳେ ସେଥିମଧ୍ୟରୁ 385 ସୁସ୍ଥ ହୋଇଛନ୍ତି । 11 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି 462 ଟି ସକ୍ରିୟ କେସ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.