ETV Bharat / city

ରାଜଧାନୀରେ ଆଜି 70 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 90 - ରାଜଧାନୀରେ ଆଉ 90 ସୁସ୍ଥ

ଭୁବନେଶ୍ବରରେ ବୃଦ୍ଧି ପାଇଛି କୋରୋନା ସୁସ୍ଥତା ସଂଖ୍ୟା । ସୋମବାର 70 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 90 ସଂକ୍ରମିତ । ଅଧିକ ପଢ଼ନ୍ତୁ...

90 more corona patients recovered, corona patients recovered in bhubaneswar, bhubaneswar corona report, ରାଜଧାନୀରେ ଆଉ 90 ସୁସ୍ଥ, ଭୁବନେଶ୍ବର କୋରୋନା ଖବର
ରାଜାଧାନୀରେ ଆଜି 70 ଆକ୍ରାନ୍ତ ଚିହ୍ନଟ ସୁସ୍ଥ ହେଲେ 90
author img

By

Published : Nov 9, 2020, 7:41 PM IST

ଭୁବନେଶ୍ବର: ରାଜଧାନୀରେ ସୋମବାର 70 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ସଂକ୍ରମଣ ସଂଖ୍ୟା 29 ହଜାର 774କୁ ବୃଦ୍ଧି ହୋଇଛି। ସେପଟେ ଗୋଟିଏ ଦିନରେ 90 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ଏକ ତଳକୁ ଖସିଲା କୋରୋନା ସକ୍ରିୟ ମାମଲା ।

ଭୁବନେଶ୍ବରରେ ସଙ୍ଗରୋଧ କେନ୍ଦ୍ରରୁ 20 ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ 50ରେ ପହଞ୍ଚିଛି। ତେବେ ଗୃହ ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ବୃଦ୍ଧି ଘଟୁଛି। ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 183 ଛୁଇଁଛି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 5 ଜଣ ବଡଗଡ, 2 ଜଣ ଚିନ୍ତାମଣିଶ୍ବରରୁ ଚିହ୍ନଟ ହୋଇଥିବା ବେଳେ ଆଇଆରସି ଭିଲେଜ, ଜୟଦେବ ଭିଲେଜ, କଳିଙ୍ଗନଗର, ଖଣ୍ଡଗିରି, ମଞ୍ଚେଶ୍ବର, ନୟାପଲ୍ଲୀ ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛିବା 50 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କଳିଙ୍ଗ ବିହାର, 3 ଜଣ ଡୁମଡୁମା, 2 ଜଣ ଗୌରୀ ନଗର, 3 ଜଣ ମଞ୍ଚେଶ୍ବର, 2 ଜଣ ନୟାପଲ୍ଲୀ, 3 ଜଣ କଳିଙ୍ଗ ବିହାର, 4 ଜଣ ପୋଖରିପୁଟ, 2 ଜଣ ପଟିଆ, 2 ଜଣ ୟୁନିଟ 6, 2 ଜଣ ୟୁନିଟ 9 ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ 29 ହଜାର 774 ରହିଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 27 ହଜାର 760 । ଏହାସହ 810ଟି ରହିଛି ସକ୍ରିୟ ମାମଲା ଓ 183 ଆକ୍ରାନ୍ତର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.