ଭୁବନେଶ୍ବର: ବରଗଡ ଜିଲ୍ଲାର 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ବଦଳ କରି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ଘଟଣାରେ ରାଜ୍ୟ ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି। ବିଜେପି, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ଯେ, ଦଳୀୟ ଟିକେଟରେ ଉକ୍ତ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ଜିତି ଏବେ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି।
ଯେହେତୁ ଏହି ଜିଲ୍ଲା ପରିଷଦ ସଭ୍ୟ ଦଳ ବଦଳ ଆଇନର ଉଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ସହ ସେମାନଙ୍କର ସଭ୍ୟପଦ ମଧ୍ୟ ରଦ୍ଦ କରାଯାଉ ବୋଲି ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ମୁଖ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ୍ ଆଚାର୍ଯ୍ୟ, ଦଳର ଉପସଭାପତି ଅଶ୍ବିନୀ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ