ଭୁବନେଶ୍ୱର: ଆଜି ପୁଣି 9 ମୁଣ୍ଡ ନେଲା କୋରୋନା । ରାଜ୍ୟରେ ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 333ରେ ପହଞ୍ଚିଛି । ସେହିପରି ଶନିବାର ରେକର୍ଡ ମୃତ୍ୟୁ ମାମଲାରେ ସମ୍ବଲପୁରର ସର୍ବାଧିକ 4 ଜଣ ପ୍ରାଣ ହରାଇଛନ୍ତି ।
କଟକର 67 ଓ 50 ବର୍ଷର ପୁରୁଷ, ଗଞ୍ଜାମରୁ 53 ବର୍ଷର ପୁରୁଷ, କେନ୍ଦୁଝରର 58 ବର୍ଷର ପୁରୁଷ, ନୟାଗଡର 75 ବର୍ଷର ପୁରୁଷ, ସମ୍ବଲପୁରର 65 ଓ 50 ବର୍ଷର ମହିଳା, ଏହା ସହ ସମ୍ବଲପୁରର 74, 78 ଓ 50 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଏବେ ସୁଦ୍ଧା ମୋଟ 57126 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 17535 ଆକ୍ଟିଭ ମାମଲା ରହିଛି । ସେହିପରି 39205 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 855713 ଟେଷ୍ଟିଂ କରାଯାଇଛି ।
@H&FW