ETV Bharat / city

ରଜ: 3 ଦିନରେ ନନ୍ଦନକାନନ ବୁଲିଲେ 85 ହଜାର ପର୍ଯ୍ୟଟକ

author img

By

Published : Jun 16, 2022, 10:11 PM IST

ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଲେ 85 ହଜାର ପର୍ଯ୍ୟଟକ । ଏହାସହ ବଟାନିକାଲ ଗାର୍ଡେନରେ ବି ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ରଜରେ 3 ଦିନରେ ନନ୍ଦନକାନନ ବୁଲିଲେ 85 ହଜାର ପର୍ଯ୍ୟଟକ

ଭୁବନେଶ୍ବର: ରଜ 3 ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ଼ ଅସମ୍ଭାଳ ଥିଲା । 3 ଦିନ ମଧ୍ୟରେ 85 ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି । 14 ତାରିଖରୁ 16 ତାରିଖ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନନ୍ଦନକାନନ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, 14 ତାରିଖରେ 21 ହଜାର 626 ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବାବେଳେ ବଟାନିକାଲ ଗାର୍ଡେନ ବୁଲିଛନ୍ତି 649 ଜଣ ।

ସେହିପରି 15 ତାରିଖରେ 34 ହଜାର 317 ଜଣ ପର୍ଯ୍ୟଟକ ବୁଲିଥିବାବେଳେ ବଟାନିକାଲ ଗାର୍ଡେନ 905 ଜଣ ଆସିଥିଲେ । ଆଜି(ଗୁରୁବାର) ବୁଲିଛନ୍ତି 30 ହଜାର 5 ଜଣ ଓ ବଟାନିକାଲ ଗାର୍ଡେନ ବୁଲିଛନ୍ତି 801 ଜଣ । ତେବେ 3 ଦିନ ମଧ୍ୟରେ ନନ୍ଦନକାନନ ପ୍ରଣୀ ଉଦ୍ୟାନ ବୁଲିଛନ୍ତି 85 ହଜାର 948 ଓ ବଟାନିକାଲ ଗାର୍ଡେନ ବୁଲିଛନ୍ତି ମୋଟ 2 ହଜାର 355 ଜଣ ।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ପୋଲିସ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଜଗି ରହିଥିଲେ । ଯେଭଳି କିଛି ଅଘଟଣ ନଘଟେ, ସେଥିପାଇଁ ସିସିଟିଭି ମଧ୍ୟ ଲଗାଯାଇଥିଲା । ବିଶେଷ ଭାବରେ ପକେଟ ମାର ଲୋକଙ୍କ ପ୍ରତି ସାବଧାନ ରହିବା ସହିତ ପ୍ରାଣୀ ଉଦ୍ୟାନର କର୍ମଚାରୀ ଜଗି ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.