ଭୁବନେଶ୍ବର: ନବନିର୍ବାଚିତ ଜିଲ୍ଲା ପରିଷଦଙ୍କ ଜାରି ହେଲା ADR (Association for Democratic Reforms) ରିପୋର୍ଟ । ରିପୋର୍ଟରେ ଜିଲ୍ଲା ପରିଷଦଙ୍କ ଖୋଲିଛି ପୋଲ । ଯାହାକୁ ନେଇ ଏବେ ରାଜନୀତି ଜୋରଧରିଛି । ଏଡିଆର ରିପୋର୍ଟ ଅନୁସାରେ 82 ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ରେ ଅପରାଧିକ ମାମଲା ରହିଛି । ଆଉ ଏହି 82 ଜଣଙ୍କ ମଧ୍ୟରୁ ଅଧିକାଂଶ ଶାସକ ଦଳର ଜିଲ୍ଲା ପରିଷଦ ରହିଛନ୍ତି ।
ଏହାବାଦ ମୋଟ ଜିଲ୍ଲା ପରିଷଦଙ୍କ ମଧ୍ୟରୁ 136 ଜଣ ଦଶମ ପାସ କରିନାହାଁନ୍ତି । 95 ଜଣ ହେଉଛନ୍ତି କୋଟିପତି । ବାଲେଶ୍ବର ଜିଲ୍ଲାର ରେବତୀ ନାୟକଙ୍କ ରହିଛି ସର୍ବାଧିକ 18 କୋଟି ଟଙ୍କାର ସମ୍ପତ୍ତି । ସୂଚନାଯୋଗ୍ୟ ଯେ ଜିଲ୍ଲା ପରିଷଦ ସଭ୍ୟଙ୍କ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଠଭୂମିକୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି। 851 ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ 726 ସଭ୍ୟଙ୍କ ସତ୍ୟପାଠ ଅନୁଧ୍ୟାନ କରିଛି ଏଡିଆର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ