ଭୁବନେଶ୍ବର: ଭୁବନେଶ୍ବରରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 29 ହଜାର ପାର ହୋଇଛି। ରାଜଧାନୀରେ ଆଜି(ଶନିବାର) 87 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜଧାନୀରେ ସୁସ୍ଥ ହୋଇଛନ୍ତି 226 ।
ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 19 ଚିହ୍ନଟ କରାଯାଇ ଥିବାବେଳେ ଲୋକାଲ ସଂକ୍ରମଣ 62 ରେ ପହଁଚିଛି । ତେବେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।
ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 166 ଛୁଇଁଛି । ହୋମକ୍ଵାରେଣ୍ଟାଇନରେ 19 ଚିହ୍ନଟଙ୍କ ମଧ୍ୟରୁ 2 ଜଣ କାନନ ବିହାର, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ପଟିଆ, ପଲାସପଲି, ଶ୍ରୀବିହାର, ୟୁନିଟ-9, ଭିଏସ ଏସନଗର, ସାମନ୍ତରାୟପୁର, ବିଜେବି ନଗର, ବରମୁଣ୍ଡା, କଳିଙ୍ଗ ନଗର, ନୟାପଲି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମଣ 62 ଜଣ ଚିହ୍ନଟ ହୋଇଥିବା ବେଳେ 2 ଜଣ ଡୁମଡୁମା, 3 ଜଣ ବିଜେବି ନଗର, 2 ଜଣ ବମିଖାଲ, 2 ଜଣ ଜଗମୋହନ ନଗର, 3 ଜଣ କାନନ ବିହାର, 4 ଜଣ ଖଣ୍ଡଗିରି, 2 ଜଣ ମଞ୍ଚେଶ୍ୱର, 4 ଜଣ ନୀଳାଦ୍ରି ବିହାର, 4 ଜଣ ପୁରୁଣା ଭୁବନେଶ୍ବର, 3 ଜଣ ସହିଦନଗର , 4 ଜଣ ଶୈଳେଶ୍ରୀ ବିହାର, 2 ଜଣ ଟଙ୍କପାଣି ରୋଡ଼, 2 ଜଣ ଆଇ ଆର ସି ଭିଲେଜ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ