ETV Bharat / city

ଓଡିଶାରେ 11 ଜିଲ୍ଲାରେ 8 ହଜାର କୋଟି ପୁଞ୍ଜିନିବେଶ, 12 ହଜାର କର୍ମନିଯୁକ୍ତି - 12 ହଜାର କର୍ମନିଯୁକ୍ତି

ଆଜି ଖାରବେଳ ଭବନଠାରେ ମେକଇନ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 27ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 30, 2019, 2:31 PM IST

ଭୁବନେଶ୍ବର: ଆଜି ଖାରବେଳ ଭବନଠାରେ ମେକଇନ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 27ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହିକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 5ଟି ପ୍ରକଳ୍ପର ଉଦଘାଟନ ଓ 22ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । 11 ଜିଲ୍ଲାର ବିଭିନ୍ନ ସ୍ଥାନରେ 10 ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପ ଗୁଡିକରେ ପାଖାପାଖି 8 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ 12 ହଜାର 142ଜଣ କର୍ମନିଯୁକ୍ତି ପାଇବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା 2020 ନଭେମ୍ବର 30ରେ ଅନୁଷ୍ଠିତ ହେବ ମେକଇନ ଓଡ଼ିଶାର ତୃତୀୟ କନକ୍ଲେଭ । ଏହି କନକ୍ଲେଭ ଡିସେମ୍ବର 4 ପର୍ଯ୍ୟନ୍ତ ଚାଲିବ । ମେକଇନ ଓଡ଼ିଶା କନକ୍ଲେଭର ଅଷ୍ଟମ ଦଫାର ଶିଳ୍ପପ୍ରକଳ୍ପ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତୃତୀୟ ମେକଇନ ଓଡିଶା କନକ୍ଲେଭ ପରେ ଓଡିଶା ଦେଶର ତୃତୀୟ ସର୍ବାଧିକ ପୁଞ୍ଜିନିବେଶ ସୃଷ୍ଟିକାରୀ ରାଜ୍ୟ ଭାବରେ ପରିଗଣିତ ହେବ ଓ ଏହାକୁ 5‘ଟି’ ଷ୍ଟାଟେଜିରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଉଦଘାଟିତ ହୋଇଥିବା 5ଟି ପ୍ରକଳ୍ପ ମଧ୍ୟରୁ ଯାଜପୁର ଜିଲ୍ଲାରେ ଭାରତ ମୋଟର୍ସ ପକ୍ଷରୁ ଇ-ଯାନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପରେ ମୋଟ 52.41 କୋଟି ପୁଞ୍ଜିନିବେଶ ହେବାକୁ ଥିବାବେଳେ 122ଜଣ ନିଯୁକ୍ତି ପାଇବେ । ସେହିପରି ରାଜଗାଙ୍ଗପୁର ଠାରେ ଓସିଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ 1994.98 କୋଟି ଟଙ୍କାର ଅତିରିକ୍ତ ପୁଞ୍ଜିନିବେଶରେ ୩୬୫ ଜଣ ନିଯୁକ୍ତି ପାଇବେ । ସେହିପରି ଶ୍ରୀ ସିମେଣ୍ଟ ପକ୍ଷରୁ 450.55କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏଥିରେ 243 ଜଣ ନିଯୁକ୍ତି ପାଇବେ ।

ଅନ୍ୟପକ୍ଷରେ ଇସେଲ ମାଇନିଙ୍ଗ ପକ୍ଷରୁ କେନ୍ଦୁଝର ଠାରେ 283.97 କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ 192 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ସୁରଜ ପ୍ରଡକ୍ଟ ପକ୍ଷରୁ 50.25କୋଟି ପୁଞ୍ଜିନିବେଶ ହେବାବେଳେ196 ଜଣ ନିଯୁକ୍ତି ପାଇବେ ।ଏହାସହ ବିଭିନ୍ନ ସେକ୍ଟରରେ 6100କୋଟି ଟଙ୍କା ପୁଞ୍ଜିନିବେଶରେ ୨୨ଟି ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଏହା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶା ଚଳଚ୍ଚିତ୍ର ନିଗମର ସ୍ବତନ୍ତ୍ର ୱେବସାଇଟ ଉନ୍ମୋଚନ କରିଛନ୍ତି ।

ରାଜ୍ୟରେ ଖଣିଜ ପଦାର୍ଥ, ବିଦ୍ୟୁତ ଓ ଜଳ ସମ୍ପଦରେ ପ୍ରଚୁର ପରିମାଣରେ ମହଜୁଦ ରହିଛି । ଏହା ସହ ଶିଳ୍ପକୁ ସୁହାଇଲା ଭଳି ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି । ଯାହା ପୁଞ୍ଜିନିବେଶକାରୀଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆକୃଷ୍ଟ କରିବ । ଏହା ସହ ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ। ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ପଟରେ ବଲିଉଡ ଚଳଚ୍ଚିତ୍ରର ସୁଟିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:୨୦୨୦ ନଭେମ୍ବର ୩୦ରେ ହେବ ମେକ୍ ଇନ ଓଡ଼ିଶାର ତୃତୀୟ କନକ୍ଲେଭ ।ଏହି କନକ୍ଲେଭ ଡିସେମ୍ବର ୪ପ୍ରଯ୍ୟନ୍ତ ଚାଲିବ ।ମେକ୍ ଇନ ଓଡ଼ିଶାର କନକ୍ଲେଭ ର ଅଷ୍ଟମ ଦଫା ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ତୃତୀୟ ମେକ୍ ଇନ ଓଡିଶା କନକ୍ଲେଭ ପରେ ଓଡିଶା ଦେଶର ତୃତୀୟ ସର୍ବାଧିକ ପୁଞ୍ଜିନିବେଶ ରାଜହେବ ।୫ଟି ଷ୍ଟାଟେଜିରେ ଏହା କାର୍ଯ୍ୟକାରୀ କରାଯିବ ।

Body:ଆଜି ଖାରବେଳ ଭବନଠାରେ ଅଷ୍ଟମ ଦଫାରେ ମେକଇନ ଓଡ଼ିଶାର ଅଷ୍ଟମ ଫେଜରେ ଆଜି ମୁଖ୍ୟମନ୍ତ୍ରୀ 27 ପ୍ରକଳ୍ପର ଉଦ୍ଘାଟନ ଓ ଶିଳା ନାସ କରିଛନ୍ତି । ଖାରବେଳ ଭବନ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 5ଟି ପ୍ରକଳ୍ପ ର ଉଦ୍ଘାଟନ ଓ 22ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 11 ଜିଲ୍ଲାର ବିଭିନ ସ୍ଥାନରେ 10 ସେକ୍ଟେର ରେ ଶିଳ୍ପ ପ୍ରତିଷ୍ଠା ହେବ । ଏଇ ସବୁ ପ୍ରକଳ୍ପରେ ପାଖାପାଖି 8 ହଜାର କୋଟି ଟଙ୍କା ର ପୁଂଜି ନିବେଶ ହେବାକୁ ଥିବାବେଳେ 12 ହଜାର 142 ଜଣ କର୍ମ ନିଯୁକ୍ତି ପାଇବେ
ଉଦ୍ଘାଟନ ହୋଇଥିବା ୫ଟି ପ୍ରକଳ୍ପ ମଧ୍ୟରୁ ଯାଯପୁର ଜିଲ୍ଲାରେ ଭାରତ ମୋଟର୍ସ ପକ୍ଷରୁ ଇ-ଜାନ ପ୍ରକଳ୍ପ ତିଆରି ହେବ ।ମୋଟ ୫୨.୪୧କୋଟି ପୁଞ୍ଜିନିବେଶ ହେବାକୁ ଥିବା ବେଳେ ୧୨୨ଟି ନିଜୁକ୍ତି ସୃଷ୍ଟି ହେବ ।
ରାଜଗାଙ୍ଗପୁର ଠାରେ ocl India limited ପକ୍ଷରୁ ୧,994.୯୮କୋଟି ଟଙ୍କା ର ଅତିରିକ୍ତ ପୁଞ୍ଜିନିବେଶ ରେ ୩୬୫ନିଜୁକ୍ତି ସୃଷ୍ଟି ହେବ ।
ସେହିପରି ଶ୍ରୀ ସିମେଣ୍ଟ ପକ୍ଷରୁ ୪୫୦.୫୫କୋଟି ଟଙ୍କା ର ପୁଞ୍ଜିନିବେଶ ହେବ ଏହା ସହ ୨୪୩ଟି ନିଜୁକ୍ତି ସୃଷ୍ଟି ୱହେବ । essel mining ପକ୍ଷରୁ କେଉଁଝର ଠାରେ ୨୮୩.୯୭ କୋଟି ଟଙ୍କାର ପୁଞ୍ଜିନିବେଶ ରେ ୧୯୨ ଜଣଙ୍କୁ ନିଜୁକ୍ତି ମିଳିବ ସେହିପରି ସୁରଜ ପ୍ରଡକ୍ଟ ପକ୍ଷରୁ ୫୦.୨୫କୋଟି ପୁଞ୍ଜିନିବେଶ ହେବା ବେଳେ ୧୯୬ଜଣ ନିଜୁକ୍ତି ପାଇବେ ।
ଏହାସସ ବିଭିନ୍ନ ସେକ୍ଟରରେ ୬୧୦୦କୋଟି ଟଙ୍କା ପୁଞ୍ଜିନିବେଶ ରେ ୨୨ ଟି ପ୍ରସ୍ତାବିତ ପ୍ରକଳ୍ପ ର ଭିତିପ୍ରସ୍ତର କରିଛନ୍ତି ନବୀନ ।

Conclusion:ଏନେଇ ଶିଳ୍ପ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ,ରାଜ୍ୟରେ ଖଣିଜ ପଦାର୍ଥ, ବିଦ୍ୟୁତ ଓ ଜଳ ସମ୍ପଦରେ ପ୍ରଚୁର ମହଯୁଦ ରହିଛି ଶିଳ୍ପ କୁ ସୁହାଇଲା ଭଳି ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି ।ପୁଞ୍ଜି ନିବେଶ କାରୀଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆକୃଷ୍ଟ କରିବ ।ଏହା ସହ
ଓଡ଼ିଶା ହେବ ଫିଲ୍ମ ସୁଟିଂ ର ହବ।ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ପଟ ରେ ହେବ ବଲିଉଡ ଚଳଚିତ୍ର ର ସୁଟିଂ।ଓଡ଼ିଶ ଚଳଚିତ୍ର ନିଗ ମ ର ସ୍ୱତନ୍ତ୍ର ୱେବସାଇଟ ଉନ୍ମଚନ କଲେ ମୁଖ୍ୟମନ୍ତ୍ରୀ। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.