ETV Bharat / city

2020-21 ବର୍ଷରେ ନନ୍ଦନକାନନରେ ବୁଲିଲେ 8 ଲକ୍ଷ ପର୍ଯ୍ୟଟକ - tourists visited Nandankanan

ମହାମାରୀ ଭିତରେ ଚଳିତବର୍ଷ 2020-21 ବର୍ଷ ମଧ୍ୟରେ ନନ୍ଦନକାନନକୁ ଆସିଛନ୍ତି 8 ଲକ୍ଷ 20 ହଜାର 484 ଜଣ ପର୍ଯ୍ୟଟକ । ଅଧିକ ପଢନ୍ତୁ...

ନନ୍ଦନକାନନରେ ବୁଲିଲେ 8 ଲକ୍ଷ ପର୍ଯ୍ୟଟକ
ନନ୍ଦନକାନନରେ ବୁଲିଲେ 8 ଲକ୍ଷ ପର୍ଯ୍ୟଟକ
author img

By

Published : Mar 31, 2021, 8:00 PM IST

ଭୁବନେଶ୍ବର: ଦେଶର ଅନ୍ୟତମ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । କୋରୋନା ସମୟରେ ଅନେକ ଦିନ ଧରି ବନ୍ଦ ରହିଥିବାବେଳେ 2020- 21 ମସିହାରେ 8 ଲକ୍ଷରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଭ୍ରମଣ ପାଇଁ ଆସିଥିବା ଜଣାପଡିଛି ।

ନନ୍ଦନକାନନକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ । ହେଲେ ଚଳିତବର୍ଷ 2020-21 ବର୍ଷ ମଧ୍ୟରେ ଆସିଛନ୍ତି 8 ଲକ୍ଷ 20 ହଜାର 484 ଜଣ ପର୍ଯ୍ୟଟକ ।

ଏହାସହ ରାଜ୍ୟ ବଟାନିକାଲ ଗାର୍ଡେନକୁ ଆସିଛନ୍ତି 72 ହଜାର 820 ଜଣ ପର୍ଯ୍ୟଟକ । ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଆସୁଥିବାବେଳେ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସିବେ ସେ ନେଇ ପ୍ରୟାସ ଜାରି ରହିଛି ।

ଏପରିକି ନନ୍ଦନକାନନରେ ଟଏ ଟ୍ରେନ, ଛୋଟ ପିଲାଙ୍କ ପାଇଁ ଗାର୍ଡେନ, ବୋଟିଂ ସହ ରୋପ ୱେ ଆଦି ବ୍ୟବସ୍ଥା ଆଗାମୀ ଦିନରେ କରାଯିବ। ତେବେ ଅଧିକରୁ ଅଧିକ ଜୀବଜନ୍ତୁଙ୍କୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.