ETV Bharat / city

ଆଜି ସନ୍ଧ୍ୟାରେ ଖୋଲିବ ହୀରାକୁଦର ୬ଟି ଗେଟ - ବର୍ଷା

ଆଜି ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ଅଧିକ ପଢନ୍ତୁ...

ଆଜି ସନ୍ଧ୍ୟାରେ ଖୋଲିବ ହୀରାକୁଦ ଡ୍ୟାମର ୬ଟି ଗେଟ

author img

By

Published : Sep 14, 2021, 2:00 PM IST

ଭୁବନେଶ୍ବର: ଆଜି ସନ୍ଧ୍ୟା 5 ଟା ସୁଦ୍ଧା ଖୋଲିବ ହୀରାକୁଦ ଗେଟ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ଆଜି ୬ ଟି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟାୟ କ୍ରମେ ଏ ସବୁ ଗେଟ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ସେ କହିଛନ୍ତି ଯେ, ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ 1 ଲକ୍ଷ 60 ହଜାର କ୍ୟୁସେକ ପାଣି ହୀରାକୁଦକୁ ଆସୁଛି । ଏହା ସର୍ବାଧିକ 2 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ହୀରାକୁଦକୁ ପ୍ରବେଶ କରିବା ନେଇ ଆମେ ଆକଳନ କରିଛୁ ।

ଏ ନେଇ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଜଳ ପରିଚାଳନାକୁ ଲକ୍ଷ୍ୟ ରଖି ହୀରାକୁଦର 6 ଟି ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ହୀରାକୁଦରୁ 1 ଲକ୍ଷ କ୍ୟୁସେକ ପାଣି ଖଲାସ ହେବ । ଜଳ ନିଷ୍କାସନରେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ରାଜ୍ୟର ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼ ହୋଇଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଯେହେତୁ କେନ୍ଦୁଝରରେ ବର୍ଷା ଅଧିକ ନାହିଁ ତେଣୁ ଏଠାରେ ବି ବନ୍ୟାର ଆଶଙ୍କା ନାହିଁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.