ଭୁବନେଶ୍ବର: କେନ୍ଦ୍ରରେ ମୋଦି ସରକାରଙ୍କର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପାଳିଲା 'ସେବା ଦିବସ '। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେପି ସବକା ସାଥ ସବକା ବିକାଶରେ ବିଶ୍ବାସ କରେ । ଓଡିଶାକୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢାଇ ନିଜ ନୀତିକୁ ପ୍ରମାଣିତ କରିଛନ୍ତି ମୋଦି ସରକାର ।
ସେହିପରି ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇ କହିଛନ୍ତି ଆଜିର ଦିନ ଅତ୍ୟନ୍ତ ଶୁଭ ଦିନ । ମୋଦି ସରକାର ସବୁବେଳେ ଲୋକଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ 7 'ସ' ନୀତିକୁ ଦଳର ନେତା ଓ କର୍ମକର୍ତ୍ତା ମାନେ ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି । ଏଥି ସହ 'ସେବା ଦିବସ' ଅବସରରେ ବିଜେପି ପକ୍ଷରୁ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।
ଭୁବନେଶ୍ବର ତପନ କୁମାର ଦାସ, ଇଟିଭି ଭାରତ