ETV Bharat / city

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୭୮୧୮ ୟୁନିଟ ରକ୍ତ ସଂଗ୍ରହ

author img

By

Published : Apr 20, 2021, 8:44 AM IST

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ବିଜୁ ଜନ୍ମ ଜୟନ୍ତୀରୁ ତିରୋଧାନ ଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ତେବେ ଏହି ଅଭିଯାନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରେକର୍ଡ ସଂଖ୍ୟକ ୭୮୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୭୮୧୮ ୟୁନିଟ ରକ୍ତ ସଂଗ୍ରହ
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୭୮୧୮ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: ଛାତ୍ର ବିଜେଡି ପକ୍ଷରୁ ରେକର୍ଡ ସଂଖ୍ୟକ କରାଯାଇଛି ରକ୍ତ ସଂଗ୍ରହ । ବିଜୁ ଛାତ୍ର ଜନତା ଦଳ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ବିଜୁ ଜନ୍ମ ଜୟନ୍ତୀରୁ ତିରୋଧାନ ଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରକ୍ତ ସଂଗ୍ରହ ହୋଇଛି । ମାର୍ଚ୍ଚ 5ରୁ ଏପ୍ରିଲ 17 ଯାଏଁ ମୟୁରଭଞ୍ଜରୁ ମାଲକାନଗିରି ଏବଂ ଝାରସୁଗୁଡ଼ାରୁ ପାରାଦୀପ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ରକ୍ତଦାନ ଶିବିର ଅଭିଯାନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରେକର୍ଡ ସଂଖ୍ୟକ ୭୮୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ତେବେ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଏହି ଆହ୍ବାନକୁ ପ୍ରତିପାଳିତ କରି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏପରି ବିଶାଳ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରାଜ୍ୟବ୍ୟାପୀ ରକ୍ତଦାନ ଶିବିରକୁ ସଫଳ କରିଥିବାରୁ ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ସମୃଦ୍ଧ ଓଡ଼ିଶା ଗଠନ କରିବା ସହ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସଫଳ କରିବା ଦିଗରେ ବିଜୁ ଛାତ୍ର ଜନତା ଦଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି । ତେଣୁ ଦଳ ପକ୍ଷରୁ ଆଗାମୀ ଦିନରେ ରକ୍ତଦାନ ଅଭିଯାନକୁ ଆହୁରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବ । ତେବେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମୀକୁ ଏହି ରକ୍ତଦାନ ଶିବିର ଆୟୋଜନ କରିବା ଅଭିଯାନରେ ଅଂଶୀଦାର ହେବାକୁ ଦେବୀ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.