ETV Bharat / city

ସରିଲା OJEE ପରୀକ୍ଷା, 75 ପ୍ରତିଶତ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା - ସରିଲା ଓଜେଇଇ ପରୀକ୍ଷା

ଆଜି(ଶନିବାର) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ଅଧିକ ପଢନ୍ତୁ...

ସରିଲା OJEE ପରୀକ୍ଷା, 75 ପ୍ରତିଶତ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

author img

By

Published : Sep 18, 2021, 6:44 PM IST

ଭୁବନେଶ୍ବର: ଆଜି ସରିଛି ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) । ଏହି ପରୀକ୍ଷା ଗତ ୭ ଦିନ ଧରି ଚାଲିଥିବା ବେଳେ ୭୫ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ସେପ୍ଟେମ୍ବର 6 ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆଜି ଶେଷ ହୋଇଛି। 12ଟି ବିଷୟକୁ ନେଇ ଆଜି ହୋଇଥିଲା ପରୀକ୍ଷା । ରାଜ୍ୟରେ ଓଜେଇଇ ପରୀକ୍ଷା 30ଟି ସହର ଏବଂ ରାଜ୍ୟ ବାହାରେ 3ଟି ସହରରେ ଅନୁଷ୍ଠିତ ହୋଇଥିଲା । ମୋଟ ଆକାରରେ 60ଟି ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ତେବେ ସୂଚନା ଥାଉ କି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । କୋଭିଡ ସମୟରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯାତାୟତ ସମସ୍ୟାକୁ ଦେଖି ଚଳିତ ବର୍ଷ ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.