ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି ୭୩ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।
ଆଜି(ବୁଧବାର)ସାରା ଦେଶ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପାଳନ କରାଯାଇଛି। ଅନେକ ନେତା ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ପତକା ଉତ୍ତୋଳନ କରାଯାଇଛି।
ଏହି ଅବସରରେ ଦେଶର ଗଣତନ୍ତ୍ର ମଜଭୁତ ଓ ସୁରକ୍ଷା କରିବା ପାଇଁ ଲୋକମାନଙ୍କର ଭୂମିକା ଜରୁରୀ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ନିଜ ଅଭିଭାଷଣରେ ବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ