ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଗତ24 ଘଣ୍ଟାରେ ରାଜ୍ୟରେ 7 ହଜାର 395 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 4169 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ 3226 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି(ଶନିବାର) ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1069 ରହିଥିବା ବେଳେ ଅନୁଗୋଳରୁ 443, ବାଲେଶ୍ବରରୁ 258, ବରଗଡ଼ରୁ 171, ଭଦ୍ରକରୁ 238, ବଲାଙ୍ଗୀରରୁ 81, ବୌଦ୍ଧରୁ 133, କଟକରୁ 868, ଦେବଗଡ଼ରୁ 57, ଢେଙ୍କାନାଳରୁ 81, ଗଜପତିରୁ 52, ଗଞ୍ଜାମରୁ 69, ଜଗତସିଂହପୁରରୁ 288, ଯାଜପୁରରୁ 516 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଝାରସୁଗୁଡ଼ାରୁ 66, କଳାହାଣ୍ଡିରୁ166, କନ୍ଧମାଳରୁ 76, କେନ୍ଦ୍ରାପଡ଼ାରୁ 341, କେନ୍ଦୁଝରରୁ 158, କୋରାପୁଟରୁ 161 , ମାଲକାନଗିରିରୁ 1010, ମୟୂରଭଞ୍ଜରୁ 384, ନବରଙ୍ଗପୁରରୁ 196, ନୟାଗଡ଼ରୁ 243, ନୂଆପଡ଼ାରୁ 22, ପୁରୀରୁ 356, ରାୟଗଡ଼ାରୁ 125, ସମ୍ବଲପୁରରୁ 137, ସୋନପୁରରୁ 91, ସୁନ୍ଦରଗଡ଼ରୁ 267 ଏବଂ ଷ୍ଟେଟ୍ପୋଲ୍ରୁ 145 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 60 ହଜାର 94ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ