ETV Bharat / city

ରାଜ୍ୟରେ ଆଉ 72 ସୁସ୍ଥ, ମୋଟ ସଂଖ୍ୟା 2354କୁ ବୃଦ୍ଧି

author img

By

Published : Jun 11, 2020, 5:00 PM IST

ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର । ରାଜ୍ୟରେ କୋରୋନାରୁ ସୁସ୍ଥ ତାଲିକାରେ ଗୁରୁବାର ଯୋଡି ହେଲେ ଆହୁରୀ 72 ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 2354ରେ ପହଞ୍ଚିଛି ।

corona situation in odisha, corona update in odisha, corona cure rate in odisha, latest coronavirus news, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସୁସ୍ଥ ସଂଖ୍ୟା, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟରେ ଆଉ 72 ସୁସ୍ଥ, ମୋଟ ସଂଖ୍ୟା 2354କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର । ରାଜ୍ୟରେ କୋରୋନାରୁ ସୁସ୍ଥ ତାଲିକାରେ ଗୁରୁବାର ଯୋଡି ହେଲେ ଆହୁରୀ 72 ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 2354ରେ ପହଞ୍ଚିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ସଂଖ୍ୟା ସ୍ପଷ୍ଟ କରେ କି କୋରୋନା ମୁକାବିଲାରେ ରାଜ୍ୟ ଦୃଢତାର ସହ ଆଗେଇ ଚାଲିଛି । ଦିନକୁ ଦିନ ବଢି ଚାଲିଥିବା ଆକ୍ରାନ୍ତ ସଂଖ୍ୟାରେ ଡରି ନଯାଇ ନିଷ୍ଠାପର ସେବା ଓ ଚିକିତ୍ସା ଉଦ୍ୟମରେ ସୁସ୍ଥ ହେବାରେ ଲାଗିଛନ୍ତି ଅର୍ଦ୍ଧାଧିକ ଆକ୍ରାନ୍ତ ।

ସୂଚନା ମୁତାବକ ରାଜ୍ୟରେ କୋରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଗୁରୁବାର ସୁସ୍ଥ ହୋଇଥିବା 72 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ 17, ସୋନପୁରରେ 9, ବଲାଙ୍ଗୀରର 7, ଜଗତସିଂହପୁରରେ 6ଙ୍କ ସମେତ କଟକ, କଳାହାଣ୍ଡି ଓ ସୁନ୍ଦରଗଡରେ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏଥିସହ ବାଲେଶ୍ବର ଓ ମୟୂରଭଞ୍ଜରେ 4 ଜଣ, ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁରରେ 3 ଜଣ ଲେଖାଏଁ ସୁସ୍ଥ ହେବା ସହ ଝାରସୁଗୁଡାରେ ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଥିବା ସମସ୍ତ କୋଭିଡ ଡାକ୍ତରଖାନା, ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଏଏନଏମ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ଯେଉଁଥିପାଇଁ ଦ୍ରୁତଗତିରେ ସୁସ୍ଥତା ଆଡକୁ ଆଗଉଛନ୍ତି । ତେବେ ରାଜ୍ୟରେ ମୋଟ 3386 ଆକ୍ରାନ୍ତ ରହିଥିବା ବେଳେ 2354 ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.