ETV Bharat / city

ରାଜ୍ୟରେ ଟିକାର ଅଭାବ, 700 ଟୀକାକରଣ କେନ୍ଦ୍ର ବନ୍ଦ - 700 ଟୀକାକରଣ କେନ୍ଦ୍ର ବନ୍ଦ

ରାଜ୍ୟରେ ଟିକାର ଅଭାବ ଥିବାରୁ 700ଟି ଟୀକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଟିକାର ଅଭାବ, 700 ଟୀକାକରଣ କେନ୍ଦ୍ର ବନ୍ଦ

author img

By

Published : Apr 12, 2021, 12:45 PM IST

ଭୁବନେଶ୍ବର: ରବିବାରଠାରୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଦେଶରେ ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ । ଏଥିଲାଗି ରାଜ୍ୟରେ ପ୍ରାୟ 700ଟି ଟୀକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି । ଅନ୍ୟପଟେ ସୋମବାର ରାଜ୍ୟକୁ 2 ଲକ୍ଷ 71 ହଜାର କୋଭିସିଲ୍ଡ ଟିକା ଆସିବ ବୋଲି ଜଣାପଡିଛି ।

ରାଜ୍ୟରେ ଟିକାର ଅଭାବ, 700 ଟୀକାକରଣ କେନ୍ଦ୍ର ବନ୍ଦ

ରାଜ୍ୟରେ ଏହି ସମସ୍ତ ଟୀକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହାସହିତ ରାଜ୍ୟରେ ଆଜି(ସୋମବାର) 2 ଲକ୍ଷ 71 ହଜାର କୋଭିସିଲ୍ଡ ଟିକା ପହଞ୍ଚିବ । ରାଜ୍ୟରେ 775ଟି ଟିକା କେନ୍ଦ୍ର ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଥିବା ବେଳେ 1 ଲକ୍ଷ 59 ହଜାର କୋଭିସିଲ୍ଡ ଟିକା ରାଜ୍ୟରେ ରହିଛି । ଏହାସହିତ କୋଭାସ୍କିନ 71 ହଜାର ଡୋଜ ରହିଛି ।

ସୋମବାର ଟିକା ଆସିବା ପରେ ସମସ୍ତ ଜିଲ୍ଲାକୁ ଏହି ଟିକାଗୁଡିକୁ ପଠାଯିବ। ଫଳରେ ବନ୍ଦ ରହିଥିବା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୁନଃକାର୍ଯ୍ୟକ୍ଷମ ହୋଇପାରିବ। ରବିବାର 593 ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ମୋଟ 43 ଲକ୍ଷ 78 ହଜାର 200 ଟିକା ଦିଆଯାଇଛି । ଯେଉଁ କେନ୍ଦ୍ରରେ ଟିକା ଅଛି ସେଠାରେ ଟୀକାକରଣ କରାଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.