ETV Bharat / city

ପ୍ରତିଶୃତି ପାଣିର ଗାର: 7 ବର୍ଷ ହେବ କାଗଜ କଲମରେ ଚାଲିଛି ୟୁନିଟ-1 ହାଟ ନବୀକରଣ କାମ

ୟୁନିଟ-୧ ମାର୍କେଟ ହେବ ମଡେଲ ହାଟ । ୨୦୧୪ ମସିହାରେ ଭୁବନେଶ୍ୱରର ୟୁନିଟ-୧ ହାଟ ନବୀକରଣ ପାଇଁ ସରକାରୀ ବ୍ୟବସ୍ଥା ସରିଥିଲା । ୭୫ କୋଟି ଟଙ୍କାର ଟେଣ୍ଡର ମଧ୍ୟ ହୋଇସାରିଥିଲା । ହେଲେ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ହାଟର ନବୀକରଣ ନେଇ କୌଣସି ବାଟ ଫିଟିଲାନି । ଅଧିକ ପଢନ୍ତୁ...

ପୂରଣ ହେବ 7 ବର୍ଷର ପ୍ରତିଶୃତି, ଏକ ନମ୍ବର ହାଟ ହେବ ମଡେଲ ହାଟ

author img

By

Published : Apr 15, 2021, 8:27 PM IST

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ତଥା ରାଜଧାନୀ ଭୁବନେଶ୍ବରର ବଡ ହାଟ କୁହାଯାଉଥିବା ହାଟ ହେଉଛି ୟୁନିଟ ୧ ହାଟ ବା ଏକ ନମ୍ବର ହାଟ । ୧୯୫୮ ମସିହାରେ ନିର୍ମାଣ ହୋଇଥିବା ଏହି ହାଟକୁ ୧୯୬୨ ରେ ସାଧାରଣ ପ୍ରଶାସନ ବିଭାଗ ନିଜ ହାତକୁ ନେଇଥିଲା । ବିଏମସି, ରାଜଧାନୀ ଦୈନିକ ହାଟ । ଏହି ହାଟର ରିମଡେଲିଙ୍ଗ ପାଇଁ ଦୀର୍ଘ ବର୍ଷ ହେବ ଏକାଧିକ ଯୋଜନା ପ୍ରସ୍ତୁତ ହୋଇଥିଲା । ଟେଣ୍ଡର ହେବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ମଧ୍ୟ ହୋଇସାରିଥିଲା ହେଲେ ସରକାରୀ ଉଦାସୀନତା ଯୋଗୁ ଦୀର୍ଘ ୭ ବର୍ଷ ହେବ ଆରମ୍ଭ ହୋଇ ପାରୁନି ଏକ ନମ୍ବର ହାଟର ନବୀକରଣ ।

ପୂରଣ ହେବ 7 ବର୍ଷର ପ୍ରତିଶୃତି, ଏକ ନମ୍ବର ହାଟ ହେବ ମଡେଲ ହାଟ

ଏବେ ମଧ୍ୟ ୧୦୫ କୋଟିର ବ୍ୟୟବରାଦ ଆକଳନ ସରିଛି, ୨୦୧୬ ମସିହାରୁ ୩ ଏକର ଜମିରୁ ସରକାରୀ କ୍ୱାର୍ଟର ମଧ୍ୟ ଭଙ୍ଗା ସରିଛି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମସି କୁ ୩ ଏକର ୮୭ ଡିସମିଲ ଜମି ମଧ୍ୟ ହସ୍ତାନ୍ତର ହୋଇସାରିଛି। ହେଲେ ଟେଣ୍ଡର ଡକା ହୋଇପାରିନି । କାରଣ ଟଙ୍କା କୋଉ ଆଧାରରୁ ଆସିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏବେବି ସେହି ସ୍ଥାନରେ କିଛି ଜବରଦଖଲ ମଧ୍ୟ ରହିଛି।

ଅପରିଷ୍କାର ପରିମଳ ବ୍ୟବସ୍ଥା ମଧ୍ୟରେ ଚାଲିଛି ଏକ ନମ୍ବର ହାଟ । ଲୋକଙ୍କ ଅଭିଯୋଗ ସରକାରୀ କାର୍ଯ୍ୟକ୍ରମ କେବଳ ଯୋଜନା ଭିତରେ ସୀମିତ ରହିଯାଉଛି । ଦୈନିକ ଏକ ନମ୍ବର ହାଟ କୁ ପ୍ରାୟ ୫୦,୦୦୦ ଲୋକେ ଯିବା ଆସିବା କରନ୍ତି। ହାଟ ଭିତରେ ଯଦିଓ ଶୌଚାଳୟ ସୁବିଧା ରହିଛି ହେଲେ ତାର ପରିମଳ ଅବସ୍ଥା ନକହିଲେ ଭଲ । ପାର୍କିଂ ଅବ୍ୟବସ୍ଥା ମଧ୍ୟ ଆଉ ଏକ ଉଦାହରଣ ।

ହାଟରେ ୧୦୫୩ ଟି ବଡ଼ ଦୋକାନ ଏବଂ ୩୮୭ ଟି ଛୋଟ ଦୋକାନ ରହିଛି। ଚତୁଃପାର୍ଶ୍ୱ ରେ ମଧ୍ୟ ୨୫୦୦ ରୁ ଉର୍ଦ୍ଧ୍ବ ପିଣ୍ଡି ରହିଛି। ଦୋକାନୀଙ୍କ ଠାରୁ ମାସିକ ,୨୦୦,୩୦୦ ଏପରିକି ୧୦୦୦ ଟଙ୍କା ଆଦାୟ କରାଯାଏ। ଦୀର୍ଘ ବର୍ଷ ହେବ ୟୁନିଟ ୧ ହାଟ ନବୀକରଣ କାର୍ଯ୍ୟ ଆଗେଇ ପାରୁନି,ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ୟୁନିଟ ୧ ବ୍ୟବସାୟୀ ସଙ୍ଘ ପକ୍ଷରୁ ବିଏମସି ଆଗରେ ଫେରାଦ ହୋଇଥିଲେ ମଧ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ଏପଟେ ବିଏମସି କମିଶନରଙ୍କ ଚିରାଚରିତ ଯୁକ୍ତି କାମ ହେବା ପାଇଁ ଟେଣ୍ଡର ଡକାଯିବ । ନବୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି, ପ୍ରାୟ ୧୦୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ଦୀର୍ଘ ୭ ବର୍ଷ ହେବ ଟେଣ୍ଡର ହୋଇ ହାଟର ନବୀକରଣ କାର୍ଯ୍ୟ ହୋଇପାରୁନାହିଁ । ସରକାରୀ ଉଦାସୀନତା ଯୋଗୁ ଏଭଳି ହେଉଥିବା ଅଭିଯୋଗ ହେଉଛି । ବର୍ଷ ବର୍ଷ ଧରି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ନ୍ୟାୟରେ ଚାଲିଛି ୟୁନିଟ ୧ ହାଟର ନବୀକରଣ କାର୍ଯ୍ୟ । ତେବେ କେବେ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.