ETV Bharat / city

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା, ଆଲର୍ଟରେ 7 ଜିଲ୍ଲା - ଧୀରେନ ସାମଲ

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେବାକୁ ଥିବାବେଳେ ୭ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା, ଆଲର୍ଟରେ 7 ଜିଲ୍ଲା

author img

By

Published : Sep 16, 2021, 5:50 PM IST

ଭୁବନେଶ୍ବର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେବ । ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବ । ଏ ନେଇ ଉପକୂଳ ଓଡିଶାର 7 ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ତେବେ ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା, ଆଲର୍ଟରେ 7 ଜିଲ୍ଲା

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଛତିଶଗଡ଼ରେ ବର୍ଷା ଓ ହୀରାକୁଦରୁ ନିଷ୍କାସନ ହେଉଥିବା ଜଳ ପ୍ରଭାବରେ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବ । ଏହି ବନ୍ୟା ଜଳ ନଦୀ ବନ୍ଧ ଭିତରେ ରହିବ ବୋଲି ଆକଳନ କରାଯାଇଛି । ଛତିଶଗଡ଼ରେ ବର୍ଷା କିମିଥିଲେ ବି ସେପଟୁ ବର୍ତ୍ତମାନ 5 ଲକ୍ଷ 20 ହଜାର କ୍ୟୁସେକ ପାଣି ହୀରାକୁଦକୁ ଆସୁଛି । ସେହି ଅନୁପାତରେ ଆମେ ହୀରାକୁଦରୁ 4 ଲକ୍ଷ 81 ହଜାର କ୍ୟୁସେକ ପାଣି ଛାଡୁଛୁ । 28ଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆସନ୍ତାକାଲି ସୁଦ୍ଧା ମୁଣ୍ଡୁଳୀରେ 7 ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ ।

ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନ ସମସ୍ୟା ଦେଖାଦେବ । ଏଣୁ 7ରୁ 10 ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ଜଳ ସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ହୀରାକୁଦ ଉପର ମୁଣ୍ଡରେ ଥିବା ସାରଡ଼ିହି ବ୍ୟାରେଜରୁ ପାଣି ଏଠି ପହଞ୍ଚିବାକୁ 12 ଘଣ୍ଟା ଲାଗୁଛି । କଲମା ବ୍ୟାରେଜ ଖୋଲା ରହିଛି । ରାଜ୍ୟରେ 49ଟି ଦୁର୍ବଳ ନଦୀ ବନ୍ଧ ଚିହ୍ନଟ ହୋଇଥିଲା । ତାକୁ ମରାମତି କରାଯାଇଛି । ବର୍ତ୍ତମାନ 5ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ସେ ସବୁକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସାମଲ କହିଛନ୍ତି ।

ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଏବେ ସୁଦ୍ଧା ବ୍ରାହ୍ମଣୀ ନଦୀରେ 3ଟି ଓ ଖୋର୍ଦ୍ଧାରେ 2ଟି ଘାଇ ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକକୁ NDRF ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । NDRFର ମୋଟ 6 ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । କଟକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ବରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍‌ ଷ୍ଟାଣ୍ଡବାଇରେ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.