ଭୁବନେଶ୍ବର: ଶେଷ ହେଲା ମିଶନ ଶକ୍ତି ମେଳା 2019 । ହାରାହାରି 6 କୋଟି 55 ଲକ୍ଷ ଟଙ୍କାର ହୋଇଛି ବ୍ୟବସାୟ ।
ରାଜ୍ୟରେ ପ୍ରଥମ ଥର କରି ଚାଲିଥିବା ମିଶନ ଶକ୍ତି ମେଳା ସୋମବାର ଶେଷ ହୋଇଛି । 200 ଷ୍ଟଲରେ ନିଜର ହାତ ତିଆରି ସାମଗ୍ରୀ ବିକ୍ରି କରୁଥିବା ରାଜ୍ୟର ଅନେକ ଏସଏଚଜି ଗ୍ରୁପ ଦୀର୍ଘ 11 ଦିନ ଧରି ରାଜ୍ୟ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ବିକ୍ରି କରୁଥିଲେ ।
ଅନ୍ୟପଟେ ଟାଟା ଷ୍ଟିଲର ସହଯୋଗୀତା କ୍ରମେ ମିଶନ ଶକ୍ତିର ଅନଲାଇନ ପୋର୍ଟାଲ ମଧ୍ୟ ହେବ । ଏହା ଛଡା ବର୍ଷ ସାରା ସହରାଞ୍ଚଳରେ ଏହି ମହିଳାଙ୍କ ଜିନିଷ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭୁବନେଶ୍ବରର ଗଣ୍ଡମୁଣ୍ଡା ନିକଟରେ 64ଟି ସ୍ଥାୟୀ ଷ୍ଟଲ ହେବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ