ETV Bharat / city

ଗୁରୁବାର ଠୁ ରାଜଧାନୀରେ ଦୈନିକ 6 ହଜାର ଟୀକାକରଣ

author img

By

Published : Mar 31, 2021, 4:48 PM IST

ଗୁରୁବାର ଠୁ ରାଜଧାନୀ ଭୁବନେଶ୍ବରରେ ମ୍ୟାସିଭ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ୨୦ ହଜାରରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବିଏମସି କମିଶନରଙ୍କ ସୂଚନା । ଅଧିକ ପଢନ୍ତୁ...

ଗୁରୁବାର ଠୁ ରାଜଧାନୀରେ ଦୈନିକ 6 ହଜାର ଟୀକାକରଣ
ଆସନ୍ତାକାଲିଠୁ ରାଜଧାନୀରେ ଦୈନିକ 6 ହଜାର ଟୀକାକରଣ

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଠୁ ରାଜଧାନୀ ଭୁବନେଶ୍ବରରେ ମ୍ୟାସିଭ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ତିନୋଟି ଜୋନରେ ଜେଡିସିମାନେ ତାଲିକା ପ୍ରସ୍ତୁତ କରି ବିଏମସିକୁ ଦେଇଛନ୍ତି । ୬ଟି ବିଭାଗରେ କାର୍ଯ୍ୟରତ ଲୋକଙ୍କୁ ଏଥର ଗୁରୁତ୍ୱ ଦିଆଯାଇଛି । ଏହାସହ ଟୀକାକରଣ ପାଇଁ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଲିଷ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

ଏଣିକି ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଟୀକାକରଣ ପାଇଁ ଟାର୍ଗେଟ ଦିଆଯାଇଛି । ଏବେ ବିଏମସି ପକ୍ଷରୁ ପ୍ରତି ହସ୍ପିଟାଲରେ ୨ଟି ଭ୍ୟାକ୍ସିନେଟର ଟିମ୍ ଗଠନ ହୋଇଛି । ପୂର୍ବରୁ ଗୋଟିଏ ଟିମ ୧୦୦ ଲୋକଙ୍କ ଟୀକାକରଣ କରୁଥିଲେ । ସେହିପରି ପ୍ରାଇଭେଟ୍ ହସ୍ପିଟାଲମାନଙ୍କରେ ମୋବିଲାଇଜେସନ୍ ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବଢାଇ ଦିଆଯାଇଛି । ରାଜ୍ୟ ସରକାର ବିଏମସିକୁ ଦୈନିକ ୬ ହଜାର ଟାର୍ଗେଟ ଦେଇଛନ୍ତି । ଏନେଇ ଗୁରୁବାର ଠାରୁ ଭୁବନେଶ୍ୱରର ୨୪ଟି ସରକାରୀ ହସ୍ପିଟାଲ ଏବଂ ୩୧ ପ୍ରାଇଭେଟ୍ ହସ୍ପିଟାଲରେ ଟୀକାକରଣ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.