ETV Bharat / city

60ତମ ପୋଲିସ ଶହୀଦ ଦିବସ: ସାଥୀଙ୍କୁ ଝୁରୁଛି ପୋଲିସ

author img

By

Published : Oct 21, 2019, 2:21 PM IST

ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୋମବାର ୬୦ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶହୀଦ ପୋଲିସଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପୋଲିସ ସହିଦ ସ୍ମୃତି ଦିବସ

କଟକ: ପାଳିତ ହୋଇଯାଇଛି ପୋଲିସ ଶହୀଦ ଦିବସ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୋମବାର ୬୦ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶହୀଦ ପୋଲିସଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶହୀଦ ହୋଇଥିବା ୧୦ ଶହୀଦ ପରିବାରଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରଛନ୍ତି ପୋଲିସ ଡିଜି ।

ଗତ ଏକ ବର୍ଷ ମଧ୍ୟରେ ଦେଶରେ 292 ଓ ରାଜ୍ୟରୁ 2ଜଣ ଶହୀଦ ହୋଇଛନ୍ତି । ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ଠାରେ ମଧ୍ୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ DIG ନରସିଂହ ଭୋଳ ଓ ଅନୁଗୋଳ SP ଜଗମୋହନ ମିନା ଅତିଥି ଭାବେ ଯୋଗ ଦେଇ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

60ତମ ପୋଲିସ ସହିଦ ଦିବସ ପାଳିତ

ସେହିଭଳି ଅତ୍ୟନ୍ତ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଳାରେ ଅନେକ ପୋଲିସ କର୍ମଚାରୀ ଡ୍ୟୁଟି କରିଥିବାବେଳେ ନକ୍ସଲଙ୍କ ଦ୍ବାରା ଶହୀଦ ହୋଇଛନ୍ତି । କୋଟଗଡ ସୁବର୍ଣ୍ଣଗିରି ଘାଟିରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ 3 ଯବାନ ଶହୀଦ ହୋଇଥିଲେ । ଏହି ଘଟଣାର ସାତ ବର୍ଷ ପରେ ମଧ୍ୟ ଆଜିବି ଯବାନଙ୍କ ସ୍ମୃତିରେ ଲୋମଟାଙ୍କୁରି ଉଠେ । ପୋଲିସ ଶହୀଦ ଦିବସରେ ଫୁଲବାଣୀ ରିଜର୍ଭ ପଡ଼ିଆରେ ଥିବା ଶହୀଦ ସ୍ତମ୍ବ ନିକଟରେ ଜିଲ୍ଲା ସ୍ତରୀୟ ପରେଡ଼ ଓ ଶହୀଦ ସମ୍ମାନ ଉତ୍ସବ ହୋଇଥିଲା ।

କେନ୍ଦୁଝରରେ ମଧ୍ୟ ରିଜର୍ଭ ପୋଲିସ ପଡିଆରେ 60ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କୁ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏକ ସମ୍ମିଳିତ ପ୍ୟାରେଡ଼କୁ ଅଭିବାଦନ କରିଥିଲେ ।

ସେହିପରି କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶହୀଦଙ୍କୁ କୋରାପୁଟ ପୋଲିସ ଦ୍ବାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ଆୟୋଜିତ ପୋଲିସ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଶହୀଦ ପୋଲିସଙ୍କ ସ୍ମୃତିରେ ପୁଷ୍ପଗୁଚ୍ଛ ଅର୍ପଣ କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା ।

ଜଗତସିଂହପୁରର ପୋଲିସ ରିଜର୍ଭ ଗ୍ରାଉଣ୍ଡ ପଡ଼ିଆରେ, ବୌଦ୍ଧ ବଲାସିଙ୍ଘାସ୍ଥିତ ପୋଲିସ ପଡିଆ, ସମ୍ବଲପୁର ରିଜର୍ବ ପୋଲିସ ପଡ଼ିଆ, ବାଲେଶ୍ବର ପୋଲିସ ଲାଇନ୍ ପଡିଆ ଓ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ରିଜର୍ଭ ପୋଲିସ ଲାଇନ ପଡିଆରେ 60ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଶହୀଦ ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ଏସପି ଶହୀଦଙ୍କ ସ୍ମୃତିଚାରଣ କରିଥିଲେ । ପରେ ଶହୀଦ ସ୍ମୃତି ସ୍ତମ୍ବରେ ପୁଷ୍ପଗୁଚ୍ଛ ଦେଇ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଆଜି ୬୦ ତମ ପୋଲିସ ସହିଦ ଦିବସ ପାଳନ ଅବସରରେ କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସହିଦଙ୍କୁ କୋରାପୁଟ ପୋଲିସ ଦ୍ୱାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।Body:ଏହି ଅବସରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମଦ ଆୟୋଜିତ ପୋଲିସ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଗତ ବର୍ଷକ ମଧ୍ୟରେ ଦେଶର ବିଭିନ୍ନ ଅଂଚଳରେ ଶହୀଦ ହୋଇଥିବା ପୋଲିସ ଯବାନ ଙ୍କ ନାମ ପଢି ଶୁଣାଇଥିଲେ । ଏଥି ସହିତ କୋରାପୁଟ ଅଂଚଳରେ ମାଓବାଦୀଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ପୋଲିସ ଙ୍କ ସ୍ମୃତିରେ ସ୍ଥାପିତ ସ୍ମୃତିସ୍ଥଳ ଠାରେ ପୁଷ୍ପଗୁଚ୍ଛ ଅର୍ପଣ କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା ।Conclusion:ଉପସ୍ଥିତ ସହିଦଙ୍କ ପରିବାର ବର୍ଗଙ୍କ ସହ ଡ଼ିଆଇଜି ଓ ଆରକ୍ଷୀ ଅଧିକ୍ଷକ ମିଶି ସେମାନଙ୍କ ଭଲମନ୍ଦ କଥା ଶୁଣିଥିଲେ ।
.......
ସଫିନ ଅହମଦ
..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.