ETV Bharat / city

ରାଜ୍ୟରେ ପୁଣି ଖୋଲିବ 6 ପ୍ଲାଜମା ସଂଗ୍ରହ କେନ୍ଦ୍ର

author img

By

Published : May 1, 2021, 7:25 AM IST

କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟରେ 6 ଟି ପ୍ଲାଜମା ସଂଗ୍ରହ କେନ୍ଦ୍ରକୁ ପୁଣି ଚାଲୁ କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି ଖୋଲିବ 6 ପ୍ଲାଜମା ସଂଗ୍ରହ କେନ୍ଦ୍ର
ରାଜ୍ୟରେ ପୁଣି ଖୋଲିବ 6 ପ୍ଲାଜମା ସଂଗ୍ରହ କେନ୍ଦ୍ର

ଭୁବନେଶ୍ବର: କୋରୋନା ସଂକ୍ରମଣ ସହିତ ବଢିବାରେ ଲାଗିଛି ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା । ଚାହିଦା ମୁତାବକ ଟିକା ମିଳିବାରେ ମଧ୍ୟ ସମସ୍ୟା ରହିଛି । ସେପଟେ ରାଜ୍ୟରେ ଗୁରୁତର ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ଲାଜମା ଚାହିବା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ପ୍ଲାଜମା ବ୍ୟାଙ୍କକୁ ପୁଣି ଚାଲୁ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କଠାରୁ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବହୁ ସଂଖ୍ୟାରେ ଲୋକେ ଯେଭଳି ପ୍ଲାଜମା ଦାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ପ୍ଲାଜମା ଚାହିଦା ବୃଦ୍ଧି ପାଉଥିବାରୁ ପୋଲିସ ଡିଜି ଓ ଅଗ୍ନିଶମ ଡିଜିଙ୍କୁ ସୁସ୍ଥ ହୋଇଥିବା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କଠାରୁ ପ୍ଲାଜମା ସଂଗ୍ରହ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

ତେବେ ଗତବର୍ଷ ଭଳି ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ସମନ୍ବୟ ରକ୍ଷାକରି ପ୍ଲାଜମାଦାନ ପାଇଁ ଆହ୍ବାନ କରିବେ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ଏବେ ମାତ୍ର ୭୫୦ ପ୍ଳାଜମା ମହଜୁଦ ରହିଛି । କଟକରେ ସର୍ବାଧିକ ୩୪୧, ଭୁବନେଶ୍ବରରେ ୧୧୨, କୋରାପୁଟରେ ୧୪୧, ବ୍ରହ୍ମପୁରରେ ୭୯, ବୁର୍ଲାରେ ୪୬ ଓ ରାଉରକେଲାରେ ୩୧ଟି ମହଜୁଦ ଅଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.