ETV Bharat / city

ରାଜଧାନୀରେ ଅଘଟଣ, ଗ୍ୟାସଲିକରୁ ନିଆଁ ଲାଗି 6 ଆହତ - ଗ୍ୟାସ ଲିକ୍ ହୋଇ 6 ଆହତ

ଗ୍ୟାସ ଲିକ ହୋଇ ନିଆଁ ଲାଗିବାରୁ 6 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୟାପଲ୍ଲୀର ମୁଣ୍ଡାବସ୍ତିରେ ଘଟିଛି ଏହି ଅଘଟଣ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

gas leak in bhubaneswar
ରାଜଧାନୀରେ ଅଘଟଣ, ଗ୍ୟାସ ନିଆଁରେ 6 ଆହତ
author img

By

Published : Jan 9, 2020, 11:13 PM IST

Updated : Jan 9, 2020, 11:57 PM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଗ୍ୟାସ ଲିକ ହୋଇ ନିଆଁ ଲାଗିବାରୁ 6 ଆହତ । ଆହତଙ୍କ ମଧ୍ୟରେ ଏକ ଶିଶୁ ଥିବା ସୂଚନା ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧିନସ୍ଥ ମୁଣ୍ଡା ବସ୍ତିରେ । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 3ଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆହତ ମାନେ ହେଲେ ଶୃଙ୍ଗୁଳି ସିଂ, ନୀତିଶ ହେମ୍ରମ, କିରନ ତିରିୟା, ବାଲେ ହେମ୍ରମ, ବନକାଶୀ ଗାଗାରାଇ ଓ ଅନ୍ୟଜଣେ ଗ୍ୟାସ କର୍ମଚାରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପିତାମ୍ବରଙ୍କ ଘରେ ଥିବା ଗ୍ୟାସଟି ହଠାତ୍ ଲିକ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ 6 ଜଣ ଆହତ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାଜାଧନୀରେ ଅଘଟଣ, ଗ୍ୟାସ ନିଆଁ ରେ 6 ଗୁରୁତର।

ଗୁରୁବାର ସନ୍ଧ୍ୟାରେ ଘଟିଛି ରାଜାଧନୀରେ ଏକ ଅଭାବନୀୟ ଘଟଣା। ଗ୍ୟାସ ନିଆଁ ରେ 6 ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଲି ଥାନା ମୁଣ୍ଡା ସହି ବସ୍ତିରେ। ଗୁରୁତର ବହବରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରାଯାଇଛି।ସେମାନଙ୍କ ମଧ୍ୟରେ 3 ଜଣଙ୍କୁ କଟକ ରେଫର କରାଯାଇଛି।

Body:
ସୂଚନା ଅନୁଯାୟୀ , ନୟାପଲ୍ଲୀ ଥାନା ନିକଟସ୍ଥ ସିଆରପିଏଫ ନିକଟସ୍ଥ ମୁଣ୍ଡା ବସ୍ତିରେ ରୁହନ୍ତି ପିତାମ୍ବର ସିଂ ଓ ସ୍ତ୍ରୀ ସୃଙ୍ଗୁଳି ସିଂ। ପିତାମ୍ବର ଘର ପାଇଁ ଏକ ଗ୍ୟାସ ବୁକିଙ୍ଗ କରି ଆଣିଥିଲେ। ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଘଟଣା ସ୍ଥାରେ ଥିବା 6 ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସେଥିମଧ୍ୟରୁ 3 ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ରହିଥିବା ରୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ସୃଙ୍ଗୁଳି ସିଂ , ନୀତିଶ ହେମରମ, କିରନ ତିରିୟା, ବାଲେ ହେମରମ, ବନକାଶୀ ଗାଗାରାଇ ଏବଂ ଅନ୍ୟ ଜଣେ ହେଉଛନ୍ତି ଗ୍ୟାସର କର୍ମଚାରୀ।

Conclusion:
Last Updated : Jan 9, 2020, 11:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.