ETV Bharat / city

ସାମ୍ବାଦିକ କରୁଥିଲେ ଡ଼କାୟତି, ୬ ଗିରଫ

ଭୁବନେଶ୍ବରର ୱେବ ନ୍ୟୁଜ ଚ୍ୟାନେଲର 6 ଜଣ ସାମ୍ବାଦିକଙ୍କୁ ଲୁଟ ଅଭିଯୋଗରେ କମିଶନରେଟ ପୋଲିସ ଗିରଫ କରିଛି । ନେଗେଟିଭ ଖବର ପ୍ରକାଶ ଧମକ ଦେଇ ଏମାନେ ମୋଟା ଅଙ୍କର ଟଙ୍କା ପାଇଁ ବ୍ରାକମେଲିଂ କରୁଥିବା ଡିସିପି କହିଛନ୍ତି ।

6 Odisha journalists arrested on extortion charges

author img

By

Published : Oct 26, 2020, 5:01 PM IST

Updated : Oct 26, 2020, 5:38 PM IST

ଭୁବନେଶ୍ବର: ରାଜଧାନୀରେ ୱେବ ନ୍ୟୁଜ ଚ୍ୟାନେଲର 6 ଜଣ ସାମ୍ବାଦିକଙ୍କୁ ଲୁଟ ଅଭିଯୋଗରେ କମିଶନରେଟ ପୋଲିସ ଗିରଫ କରିଛି । ନେଗେଟିଭ ଖବର ପ୍ରକାଶ ଧମକ ଦେଇ ଏମାନେ ମୋଟା ଅଙ୍କର ଟଙ୍କା ପାଇଁ ବ୍ରାକମେଲିଂ କରୁଥିବା ଡିସିପି କହିଛନ୍ତି । ଖବର କରିବା ଆଳରେ ଡ଼କାୟତି କରି ଗିରଫ ହୋଇଛନ୍ତି ୱେବ ଚ୍ୟାନେଲର ସାମ୍ବାଦିକ ।

ସାମ୍ବାଦିକ କରୁଥିଲେ ଡ଼କାୟତି, ୬ ଗିରଫ

ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘିଅ କାରଖାନାରେ ୭ଜଣ ମିଳିମିଶି ଖବର ଦେବା ଧମକ ଦେଖାଇ ୩ ଲକ୍ଷ ଦାଦାବଟି ମାଗିଥିଲେ । ଏଥିପାଇଁ ୯୯ ହଜାର ଟଙ୍କା ଅନଲାଇନ ଟଙ୍କା ଟ୍ରାଞ୍ଜାକ୍ସନ ଆପ ‘ଫୋନ ପେ’ ରେ ନେଇଥିଲେ । ପରେ ୩୧ହଜାର ଟଙ୍କା ରାଜମହଲରେ ନେଉଥିବା ବେଳେ ମାଡିବସିଥିଲା ସ୍ପେଶାଲ ସ୍କ୍ବାଡ ଟିମ । ୫ଜଣ ସାମ୍ବାଦିକ ସହ ଜଣେ ଡ୍ରାଇଭରକୁ ଗିରଫ କରିଛି କମିସନରେଟ ପୋଲିସ ।

ଗିରଫଙ୍କ ମଧ୍ୟରେ କାହ୍ନୁ ଚରଣ ନାଏକ, ଆଇୟା ନିୟୁଜର ବିନାୟକ ବେହେରା, ନୃସିଂହ ବେହେରା, ବଳରାମ ବେହେରା, ବିଶ୍ବରଜନ ମହାନ୍ତି, ଲକ୍ଷ୍ମିକାନ୍ତ ସାହୁ ରହିଥ ଜଣେ ଫେରାର ଅଛି । ସେମାନଙ୍କଠୁ ଦୁଇଟି କାର ସମେତ ୩୧ ହଜାର ଟଙ୍କା ମୋବାଇଲ ଫୋନ ଓ ବ୍ୟବହାର କରୁଥିବା ଆଇଡିକାର୍ଡ଼ ଓ ବୁମ ଜବତ କରିଛି ପୋଲିସ ।

ପ୍ରଫେସନାଲ ବେଶରେ ଗଣମାଧ୍ୟମ ଆଳରେ ଏପରି କାରବାର କରୁଥିଲେ ଏମାନେ । ଖବର ବାହାନାରେ କାହାକୁ ଚୁନା ଲଗାଇବା, ବ୍ଲାକମେଲ କରିବା ଥିଲା ଏମାନଙ୍କ ପେଶା । ଏଥିପାଇଁ ଏମାନଙ୍କ ଅଫିସରେ ଚଢାଉ ଜାରି ରଖିଛି ପୋଲିସ । ଏମାନଙ୍କ ସହ ଯୋଗାଯୋଗରେ ଥିବା ଆଉକିଛି ଏପରି ସାମ୍ବାଦିକଙ୍କୁ ଟ୍ରାକ କରୁଛି ପୋଲିସ ।ଏମାନଙ୍କୁ ଆଇପିସିର ଧାରା ୩୯୫ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 26, 2020, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.