ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କ୍ରମରେ ରବିବାର ଭୁବନେଶ୍ବରରେ 6 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ 19 ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 3 ଜଣ ସ୍ଥାନୀୟ ଅଞ୍ଚଳର ଥିବାବେଳେ ଅନ୍ୟ 3 ଜଣ ହୋମ କ୍ବାରେନଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ 3 ଜଣ ହେଲେ ଡୁମଡୁମା ଅଞ୍ଚଳର ଜଣେ 24 ବର୍ଷୀୟ ଯୁବକ, ସେ ନିକଟରେ ବେଙ୍ଗାଲୁରୁରୁ ଫେରି କ୍ବାରେନଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ନୟାପଲ୍ଲୀ ଆଇଆରସି ଅଞ୍ଚଳରୁ ଚିହ୍ନଟ 41 ବର୍ଷୀୟ ବ୍ୟକ୍ତି କୋଲକାତାରୁ ଏବଂ ଅନ୍ୟ ଜଣେ ବାପୁଜୀନଗର ଅଞ୍ଚଳର 38 ବର୍ଷୀୟର ବ୍ୟକ୍ତି ଅଛନ୍ତି । ସେ ମଧ୍ୟ କୋଲକାତାରୁ ଫେରି କ୍ବାରେନଣ୍ଟାଇନ ସେଣ୍ଟରରେ ଥିଲେ ।
ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ 3 ଜଣଙ୍କ ମଧ୍ୟରେ ଜଣେ 24 ବର୍ଷୀୟ ମହିଳା ରହିଛନ୍ତି । ସେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟ ଜଣେ ଟଙ୍କପାଣି ରୋଡ଼ର 55 ବର୍ଷୀୟ ବ୍ୟକ୍ତି ଅଛନ୍ତି । ଜୁନ 15ରେ ସେ ରାଜଧାନୀରେ ଏକ ମନ୍ଦିର କରିଥିବା ସୂଚନା ମିଳିଛି । ସେହିପରି ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ 36 ବର୍ଷୀୟ ବ୍ୟକ୍ତି କେରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷେ ଆକ୍ରାନ୍ତଙ୍କ ସହ ରାଜଧାନୀରେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା 19 ଜଣଙ୍କ ମଧ୍ୟରେ ନୟାପଲ୍ଲୀ ଶବର ସାହି ଓ ପଟିଆର ପ୍ରଶାନ୍ତିବାହୀରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ 3 ଜଣ ରେଳ ବିଭାଗର କର୍ମଚାରୀ ଅଛନ୍ତି । ସେହିପରି ସହିଦନଗର, ଡୁମଡୁମା, ଚନ୍ଦ୍ରଶେଖପୁର ଓ ସୈନିକ ସ୍କୁଲ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ 5 ଜଣ ସୁବାଷନଗର ବସ୍ତି ଓ ଡୁମଡୁମାର ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜଧାନୀରେ 289 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 167 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 117ଟି ମାମଲା ଏବେ ବି ସକ୍ରିୟ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ