ETV Bharat / city

ଧାନ ମେସିନ କିଣା ସ୍କିମରେ ସରକାରୀ ଅର୍ଥ ଜାଲିଆତି, ID-PASSWORDରେ ୬କୋଟି ସବସିଡି ଲୁଟ୍ - Maa tarini auto agency Services

ଆଗ୍ରୋଟେକ୍ ସଂସ୍ଥା ନାଁରେ ବଡ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ । କମ୍ପାନୀର ଫେକ୍ ଆଇଡି ପାସୱାର୍ଡ ବ୍ୟବହାର କରି ୬ କୋଟି ଟଙ୍କା ହାତେଇଥିବା ଅଭିଯୁକ୍ତକୁ ଗିରଫ କରିଛି EOW । ଅଧିକ ପଢନ୍ତୁ...

ଧାନ ମେସିନ କିଣା ସ୍କିମରେ ସରକାରୀ ଅର୍ଥ ଲୁଟ, ୬କୋଟି ଜାଲିଆତି ଅଭିଯୋଗରେ ଗିରଫ କଲା EOW

author img

By

Published : Sep 3, 2021, 7:15 PM IST

Updated : Sep 5, 2021, 5:19 AM IST

ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖାର ବଡ ଖୁଲାସା । ଧାନ ମେସିନ କିଣିବା ନାଁରେ ହୋଇଛି ବଡ ଧରଣର ଜାଲିଆତି ଅଭିଯୋଗ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀସ୍ଥିତ ତମାଣ୍ଡୋ ଅଞ୍ଚଳର ଏକ ଆଗ୍ରୋଟେକ୍ ସଂସ୍ଥାରେ । ଏନେଇ ପୂର୍ବରୁ ଆଞ୍ଚଳିକ ମୁଖ୍ୟ ଭାବେ ଆଗ୍ରେଟେକ୍ ସଂସ୍ଥାରେ କାର୍ଯ୍ୟ କରିଥିବା ବେଳେ ଚଞ୍ଚକତା କରି ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଶ୍ରୀନାଥ ରଣାଙ୍କୁ ଗିରଫ କରିଛି ଇଓଡବ୍ଲୁ । ତେବେ କୃଷି ଓ କୃଷି ଜାତ କ୍ଷେତ୍ରରେ ଉନ୍ନତି ନେଇ ବାଙ୍ଗୋଲୋରର ଏକ ସଂସ୍ଥା ଓଡିଶା ସରକାରଙ୍କ ସହବନ୍ଧିତାରେ ଏହି ସଂସ୍ଥା କାର୍ଯ୍ୟ କରିଆସୁଛି ।

ଧାନ ମେସିନ କିଣା ସ୍କିମରେ ସରକାରୀ ଅର୍ଥ ଜାଲିଆତି, ID-PASSWORDରେ ୬କୋଟି ସବସିଡି ଲୁଟ୍

ସେ ୨୦୧୮ରୁ ୨୦୨୦ ମସିହା ପର୍ଯ୍ୟନ୍ତ ତମାଣ୍ଡୋ ସ୍ଥିତ ଭରସା ପ୍ରିୟ ଆଗ୍ରୋଟେକ୍ ସଂସ୍ଥାରେ ଆଞ୍ଚଳିକ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ ଶ୍ରୀନାଥ । ତେବେ ସେ ଚାକିରୀରୁ ଅବସର ନେବା ପରେ ବାଲେଶ୍ବର ଜିଲ୍ଲାରେ ତାରିଣୀ ଅଟୋ ଏଜେନ୍ସି ସର୍ଭିସେସର ମାଲିକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଅଭିଯୋଗ ଅନୁସାରେ ମା ତାରିଣୀ ଅଟୋ ଏଜେନ୍ସି ସର୍ଭିସେସ ନାଁରେ ଫେକ୍ ଡିଲରସିପ୍ ଆଣି ଅଭିଯୁକ୍ତ ଶ୍ରୀନାଥ ସଂସ୍ଥାର ଆଇଡି ପାସୱାର୍ଡକୁ ବ୍ୟବହାର କରି ୫୦୦ଟି ଫେକ୍ ଧାନ ମେସିନର ଚେଚିସ ଓ ରେଜିଷ୍ଟ୍ରେସନ ନମ୍ବରକୁ ବ୍ୟବହାର କରି ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନସଫର ଜରିଆରେ 6 କୋଟି ଟଙ୍କାର ସବସିଡି ହାତେଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନାନୁସାରେ ଗୋଟିଏ ମେସିନର ଦାମ୍ ୨ଲକ୍ଷ ୮୦ହଜାରରୁ ୩ ଲକ୍ଷ ହୋଇଥିବା ବେଳେ ମେସିନ ପିଛା ଦେଢ ଲକ୍ଷ ଟଙ୍କା ସବସିଡି ମିଳିଥାଏ । ତେବେ ଚାଷୀଙ୍କ ପାଇଁ ଧାନ ମେସିନ କିଣା ଆଳରେ ଫେକ୍ ଚାଷୀଙ୍କ ନାଁ ନେଇ ୬ କୋଟି ଟଙ୍କା ହାତେଇ ଥିବା ଅଭିଯୋଗରେ ଭରସା ଆଗ୍ରୋଟେକ୍ ସଂସ୍ଥାର ନିର୍ଦ୍ଦେଶକ ଏସ.କେ ଶ୍ରୀଚରଣ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ଅନୁସାରେ EOW ପକ୍ଷରୁ ତଦନ୍ତ କରାଯାଇ ଆଇପିସିର ଧାରା ୪୦୯ ୪୬୮,୪୨୦,୪୭୧,୧୨୦ବି, ଆଇଟି ଆକ୍ଟ ୬୬,୬୬( ସି, ଡି) ଆଧାରରେ ଅଭିଯୁକ୍ତ ଶ୍ରୀନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 5, 2021, 5:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.