ETV Bharat / city

୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ, କୃଷି ବିକାଶ ଓ ଚାଷୀଙ୍କ ଆୟ ଦ୍ୱିଗୁଣିତ ଉପରେ ଗୁରୁତ୍ୱ

ରାଜ୍ୟରେ କୃଷିର ବିକାଶ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’ ଆଧାରରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବା ଓ କୃଷିର ବିକାଶ ଓ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରାଇବା ଲାଗି ପଦକ୍ଷେପ ନେବାକୁ ଗୁରୁତ୍ବାରୋପ । ଅଧିକ ପଢନ୍ତୁ

୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ
୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ
author img

By

Published : Sep 15, 2022, 8:11 AM IST

ଭୁବନେଶ୍ବର: ରାଜ୍ୟରେ କୃଷିର ବିକାଶ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ‘‘ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’ ଆଧାରରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କର । କୃଷିର ବିକାଶ ଓ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରାଇବା ଲାଗି ପଦକ୍ଷେପ ନିଅ ।’’ ଏଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ୫-‘ଟି’ ଟାସ୍କ ଟିମ୍‌ର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି ।

୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ
୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ

କୃଷି ଭବନରେ ବୁଧବାର ୫-‘ଟି’ ଟାସ୍କ ଟିମର ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ୫-‘ଟି’ ଅଧୀନରେ ଅନ୍ତର୍ଗତ ୨୩ ଗୋଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲର ବିବିଧିକରଣ କରାଯାଇ ଅଧିକରୁ ଅଧିକ ଡାଲି, ତୈଳବୀଜ, କପା, ଲଘୁ ଶସ୍ୟ, ଫଳ ଓ ପନିପରିବା ଚାଷକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏହି ସବୁ କାର୍ଯ୍ୟକ୍ରମକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ଫାର୍ମ ପଣ୍ଡ ଖନନର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଛି ।

୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ
୫T ଟାସ୍କ ଟିମର ସ୍ୱତନ୍ତ୍ର ବୈଠକ

ଏଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନତ କୃଷି ପ୍ରଣାଳୀ ମାଧ୍ୟମରେ ମିଲେଟ୍‌ ଜାତୀୟ ଫସଲର ଉତ୍ପାଦକତା ବୃଦ୍ଧି ଆଣିବା ଓ ଏହାକୁ ଅଧିକ ବ୍ୟାପକ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ କୃଷିର ବିକାଶ ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

ଏହାକୁ ସ୍ୱତନ୍ତ୍ର ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ପ୍ରୋତ୍ସାହନ ଦେବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । କୃଷିକାର୍ଯ୍ୟରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଚାଷୀମାନଙ୍କୁ ଆବଶ୍ୟକ ସୂଚନା ଓ ପରାମର୍ଶ ଦେବା ଦିଗରେ ‘ଆମ କୃଷି’ ପ୍ରଭାବଶାଳୀ ହୋଇପାରିଛି । ଅଧିକରୁ ଅଧିକ କୃଷକମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଏବଂ ୫-‘ଟି’ ଟାସ୍କ ଟିମ୍‌ର ଅଧିକାରୀମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.