ଭୁବନେଶ୍ବର: ବାତ୍ଯା ଅମ୍ଫନକୁ ନେଇ ତତ୍ପର ରାଜ୍ଯ ପ୍ରଶାସନ। ଏନେଇ ୪ଟି ଜିଲ୍ଲାକୁ ୪ ଆଇଏଏସ ସହ ଜିଲ୍ଲାପାଳ କରୁଛନ୍ତି ନିୟନ୍ତ୍ରଣ । ସେପଟେ ଏସଆରସି କାର୍ଯାଳୟରୁ ସ୍ଥିତି ନେଇ ହେଉଛି ସମୀକ୍ଷା। ତେବେ ଗତକାଲି ରାତିରେ ମୁଖ୍ଯ ଶାସନ ସଚିବ ବାତ୍ଯାର ସମୀକ୍ଷା ପରେ ଆଜି ସକାଳୁ 5t ସଚିବ ମଧ୍ୟ କରିଛନ୍ତି ସ୍ଥିତି ଅନୁଧ୍ୟାନ ।
5T ସଚିବ ଏସଆରସି କାର୍ଯାଳୟରେ ପହଁଚି ସ୍ଥିତି କିପରି ରହିଛି ସେନେଇ ଜିଲ୍ଲାମାନଙ୍କ ବାତ୍ଯା ପୂର୍ବର ପ୍ରାକ ରିପୋର୍ଟ ସମ୍ପର୍କରେ ବୁଝିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ