ETV Bharat / city

ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

author img

By

Published : Oct 13, 2021, 10:12 PM IST

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ । ଶ୍ରୀକ୍ଷେତ୍ରରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ । ଅଧିକ ପଢ଼ନ୍ତୁ...

ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ
ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀ ଗସ୍ତ କରିଛନ୍ତି 5ଟି ସଚିବ । ଏହି ଅବସରରେ ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ । ପୁରୀରେ 13 ଏକର ପରିମିତ ଅଞ୍ଚଳରେ ଚାଲିଛି ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ । ପୁରୀ ପେଣ୍ଠକଟା ନିକଟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏହାକୁ ଜଗନ୍ନାଥ ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଂ ପୁଲ୍‌ ମଧ୍ୟ ନିର୍ମାଣ କରାଯାଉଛି । ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋର ହଲ ମଧ୍ୟ ନିର୍ମାଣ କରାଯାଇଛି ।

ଏହି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କରିଛନ୍ତି ଭିକେ ପଣ୍ଡିଆନ । ଜିଲ୍ଲାରେ ନିର୍ମାଣ ହେଉଥିବା ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆବାସିକ କ୍ରିକେଟ ଏକାଡେମୀ ଓ କୁସ୍ତି ଏକାଡେମୀ ପ୍ରତିଷ୍ଠା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ଅଭଡ଼ା ଯୋଜନାରେ 40 କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେଉଛି ।

ପୁରୀରେ ଏହି ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣ କରିବା ନେଇ ରାଜ୍ୟ ସରକାର ବ୍ୟୟ ବରାଦ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ଏନେଇ 5 ଟି ସଚିବ ପୁରୀ ଗସ୍ତରେ ଯାଇ ସମୀକ୍ଷା କରିଛନ୍ତି । ଏହାସହ ଜିଲ୍ଲାର କ୍ରୀଡାର ବିକାଶ ପାଇଁ ନୂଆ ପଦକ୍ଷେପ କଣ ନିଆଯାଇପାରିବ ସେ ନେଇ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ପୁରୀ ସହରର ଆଖଡା ବେଶ ପ୍ରସିଦ୍ଧ । ତେଣୁ କୁସ୍ତି, ଭାରୋତ୍ତଳନ, ବଡି ବିଲ୍ଡିଂ, ଯୋଗ, ବକ୍ସିଂ ଓ ଜିମନାଷ୍ଟିକ କ୍ରୀଡ଼ ଉପରେ ନଜର ରଖି ପଦକ୍ଷେପ ନେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 5T ସଚିବଙ୍କ ସହ କ୍ରୀଡା ସଚିବ ତଥା କମିଶନର ଭିନିଲ କ୍ରିଷ୍ଣା ପୁରୀ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.